ରଜନୀକାନ୍ତଙ୍କ ‘Annaatthe’ ଭାଙ୍ଗିଲା ସବୁ ରେକର୍ଡ, ତିନି ଦିନରେ ରୋଜଗାର କଲା ୧୫୦ କୋଟି

Published By : Prameya-News7 Bureau | November 08, 2021 IST

ମୁମ୍ବାଇ ୦୮/୧୧: ରଜନୀକାନ୍ତଙ୍କ ଅନ୍ନାଥେ ବକ୍ସ ଅଫିସରେ ଚମତ୍କାର କରିଛି। ଦୀପାବଳିରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ବାଣିଜ୍ୟ ବିଶେଷଜ୍ଞ ମନୋବାଲା ବିଜୟବାଲାନଙ୍କ ଅନୁଯାୟୀ ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ ୭୦ କୋଟି ଏବଂ ଦ୍ୱିତୀୟ ଦିନରେ ୪୨ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଉପାୟରେ ଫିଲ୍ମଟି ରିଲିଜ ହେବାର ମାତ୍ର ତିନି ଦିନ ମଧ୍ୟରେ ୧୪୬ କୋଟି ଟଙ୍କା ବ୍ୟବସାୟ କରିଛି, ଯାହା ଏହି ଫିଲ୍ମକୁ ୨୦୨୧ ର ସବୁଠାରୁ ବଡ ହିଟ୍ ମଧ୍ୟରୁ ଗୋଟିଏ କରିଛି।

wp:html /wp:html

ଆନ୍ନାଥେ ଫିଲ୍ମ ତାମିଲନାଡୁର ସର୍ବାଧିକ ଓପନିଂ ଗ୍ରସର୍ ଫିଲ୍ମ ହୋଇପାରିଛି ଏବଂ ଫିଲ୍ମ ସରକାରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛି। ଫିଲ୍ମ ଦେଖିବା ପରେ ଲୋକମାନେ କହିଛନ୍ତି ଯେ ଏହି ଫିଲ୍ମରେ ମସାଲା, ମନୋରଞ୍ଜନ, ରଜନୀକାନ୍ତଙ୍କ ଷ୍ଟାରଡମ୍ ଏବଂ ଚମତ୍କାର ଆକ୍ସନ୍ ଦୃଶ୍ୟ ରହିଛି। ରଜନୀକାନ୍ତଙ୍କ କ୍ୟାରିୟରର ଏହା ହେଉଛି ୧୬୮ ତମ ଫିଲ୍ମ। ତାଙ୍କ ବ୍ୟତୀତ କିର୍ତ୍ତୀ ସୁରେଶ, ପ୍ରକାଶ ରାଜ ଏବଂ ନୟନ୍ତରା ମଧ୍ୟ ଏଥିରେ କାମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଏବଂ କାହାଣୀ ଶିବ କରିଛନ୍ତି।

ସେହିପରି ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସୂର୍ଯ୍ୟବଂଶୀ ଦୁଇ ଦିନରେ ୫୦ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.