ଏମିତି ବି ଫ୍ୟାନ୍ସ, ଛେଳି ବଳି ଚଢାଇ ରକ୍ତରେ ଅଭିଷେକ କରାଇଲେ ଫିଲ୍ମ ପୋଷ୍ଟର୍, ରାଗିଯାଇ ପ୍ରଶଂସକଙ୍କୁ ନିନ୍ଦାକଲେ ଅଭିନେତା

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯: ସୁପରଷ୍ଟାର୍ ରଜନୀକାନ୍ତ ତାଙ୍କ ଆଗାମୀ ଫିଲ୍ମ ‘ଅନ୍ନାଥେ’ କୁ ନେଇ ଚର୍ଚ୍ଚାରେ। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର୍ ରିଲିଜ୍ ହୋଇଥିଲା, ଯେଉଁଥିରେ ଅଭିନେତାଙ୍କ ଦମଦାର ଶୈଳୀ ଦେଖିବାକୁ ମିଳିଥିଲା। ନିକଟରେ ତାଙ୍କ ଫିଲ୍ମର ପ୍ରଥମ ଲୁକ୍ ରିଲଜ୍ ହୋଇଛି। ପୋଷ୍ଟର ବାହାରିବା ମାତ୍ରେ ପ୍ରଶଂସକମାନେ ଏକ୍ସସାଇଟେଡ୍ ହୋଇ ଏପରି କିଛି କରିଦେଇଛନ୍ତି ଯାହାକୁ କେହି କଳ୍ପନା ବି କରିପାରିବେନି।

{"width":635,"height":666}

ସୂଚନା ଅନୁଯାୟୀ, ରଜନୀକାନ୍ତଙ୍କ ପ୍ରଶଂସକ ବୋଲି ଦାବି କରୁଥିବା ଏକ ଗ୍ରୁପ୍ ‘ଅନ୍ନାଥେ’ର ପୋଷ୍ଟର ରିଲିଜ୍ ହେବା ମାତ୍ରେ ଗୋଟିଏ ଛେଳିକୁ ବଳି ଚଢାଇଛନ୍ତି। ଛେଳି ବଳି ଦେବା ପରେ ଫ୍ୟାନ୍ସ ରଜନୀକାନ୍ତଙ୍କ ପୋଷ୍ଟରକୁ ଛେଳିର ରକ୍ତରେ ଅଭିଷେକ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

wp:html /wp:html

ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ଏପରି କାର୍ଯ୍ୟ ଦେଖିବା ପରେ ଲୋକମାନେ କ୍ରୋଧିତ ହୋଇଯାଇନ୍ତି। ସେମାନେ କହିଛନ୍ତି ଯେ ଅଭିନେତାଙ୍କୁ ଭଗବାନଙ୍କ ମାନ୍ୟତା ଦେବା ଠିକ୍, କିନ୍ତୁ ତାଙ୍କ ନାମରେ କୌଣସି ଜୀବକୁ ହତ୍ୟା କରିବା ଠିକ୍ ନୁହେଁ। ସେହିପରି ଅଭିନେତା ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିନ୍ଦା କରିଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ଅବୈଧ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.