ଦରବାର ପାଇଁ ବିବାଦରେ ରଜନୀକାନ୍ତ… ବିତରକଙ୍କ ଭୟରେ ପୋଲିସ ସୁରକ୍ଷା ମାଗିଲେ ପ୍ରଯୋଜକ

Published By : Prameya-News7 Bureau | February 07, 2020 IST

ମୁମ୍ବାଇ୭|୨:ସାଉଥରେ ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍‌ ସବୁବେଳେ ଦେଖିବାକୁ ମିଳେ। ରଜନୀଙ୍କର କୌଣସି ଫିଲ୍ମ ରିଲିଜ ହେବାକୁ ଥିଲେ ତାଙ୍କର ଅଗଣିତ ପ୍ରଶଂସକ ଓ ଦର୍ଶକ ବେଶ ଉତ୍ସାହିତ ଥାନ୍ତି। ସାଉଥ ସିନେମା ଜଗତର ଲିଜେଣ୍ଡ ଅଭିନେତା ରଜନୀକାନ୍ତଙ୍କୁ ଏବେ ୬୮ ବର୍ଷ ବୟସ। ହେଲେ ଏହି ବୟସରେ ମଧ୍ୟ ସେ ଅନେକ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି।

{"id":221364,"sizeSlug":"large"}

ରଜନୀକାନ୍ତଙ୍କର ଷ୍ଟାରଡମ୍‌ ଯୋଗୁଁ ତାଙ୍କ ଫିଲ୍ମ ପ୍ରଯୋଜକଙ୍କୁ ସିନେମା ଫ୍ଲପ୍‌ ହେବାର ଚିନ୍ତା ନଥାଏ। ହେଲେ ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ଦରବାର ଯୋଗୁଁ ସେ ଅନେକ ବିବାଦର ସାମ୍ନା କରିଛନ୍ତି। ଡିଷ୍ଟ୍ରିବ୍ୟୁଟର୍ସ ଏହି ଫିଲ୍ମର ନିର୍ମାତା ଏଆର ମୁରୁଗାଦାସଙ୍କଠାରୁ ରିଫଣ୍ଡ ଡିମାଣ୍ଡ କରୁଛନ୍ତି।

{"id":221365,"sizeSlug":"large"}

କାରଣ ରଜନୀଙ୍କର ଏହି ଫିଲ୍ମ ଦ୍ବାରା ତାଙ୍କାର ବହୁତ କ୍ଷତି ହୋଇଛି। କିଛି ଦିନ ପୂର୍ବରୁ କିଛି ଡିଷ୍ଟ୍ରିବ୍ୟୁଟର୍ସ ରଜନୀଙ୍କର ଚେନ୍ନାଇ ସ୍ଥିତ ଘରେ ଯାଇ ପହଞ୍ଚିଥିଲେ। ହେଲେ ସିକ୍ୟୋରିଟି ତାଙ୍କୁ ଫେରାଇଦେଇଥିଲେ। ଜଣେ ବିତରକ କହିଛନ୍ତି ଯେ, ସେ ବହୁତ ଦୁଃଖିତ କାରଣ ରଜନୀକାନ୍ତ ଏହି ମୁଦ୍ଦା ବିଷୟରେ ଆଲୋଚନା ମଧ୍ୟ କରୁନାହାନ୍ତି। ଏଥିପାଇଁ ସେମାନେ ସବୁ ମିଶି ଆମରଣ ଅନସନ କରିବାକୁ ନିଷ୍ପତ୍ତି ନେଇଛନ୍ତି।   

{"id":221367,"sizeSlug":"large"}

ଫିଲ୍ମ ନିର୍ମାତା ଏଆର ମୁରୁଗାଦାସଙ୍କୁ ମଧ୍ୟ ଅନେକ ଧମକ ମିଳିଛି। ସେଥିପାଇଁ ସେ ପୋଲିସ ପ୍ରଟେକ୍ସନ ପାଇଁ ଡିମାଣ୍ଡ କରିଛନ୍ତି। ରିପୋର୍ଟ ଅନୁସାରେ ମୁରୁଗାଦାସ ମାଦ୍ରାସ ହାଇକୋର୍ଟରେ ପିଟିସନ ଫାଇଲ କରିଛନ୍ତି। ସେ ନିଜ ଘର ବାହାରେ ପୋଲିସ ସୁରକ୍ଷା ପାଇଁ ଦାବି କରିଛନ୍ତି। ଦରବାରର ବଜେଟ୍‌ ୧୩୦ କୋଟି ଟଙ୍କା ଥିଲା। ସେଥିରୁ ଅଧା ରଜନୀକାନ୍ତଙ୍କ ଫିସ୍‌ ଥିଲା। ପାଖାପାଖି ୨୭ ବର୍ଷ ପରେ ଏହି ଫିଲ୍ମରେ ରଜନୀକାନ୍ତ ପୋଲିସ ଭୂମିକାରେ ନଜର ଆସିଥିଲେ। ରଜନୀଙ୍କର ଏହି ଫିଲ୍ମକୁ ଏଆର ମୁରୁଗାଦାସ ନିର୍ମାଣ କରିଥିଲେ ଓ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.