ରିଲିଜ୍ ହେଲା “2.0” : ବ୍ୟବସାୟ କ୍ଷେତ୍ରରେ ଭାଙ୍ଗିପାରେ ‘ଥଗସ୍ ଅଫ୍ ହିନ୍ଦୁସ୍ଥାନ’ର ରେକର୍ଡ଼୍

Published By : Prameya-News7 Bureau | November 29, 2018 IST

ମୁମ୍ବାଇ ୨୯/୧୧: ରିଲିଜ୍ ହୋଇଛି ଭାରତୀୟ ସିନେ ଜଗତର ମୋଷ୍ଟ ଏକ୍ସପେନ୍‌ସିଭ୍ ଫିଲ୍ମ “ଟୁ ପଏଣ୍ଟ ଓ”   । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ୍ ସୁପରଷ୍ଟାର ରଜନିକାନ୍ତ ।ଫିଲ୍ମରେ ସେ ରୋବଟ୍ ଚିଟି ଚରିତ୍ରରେ ଅଭିନୟ କରିଛନ୍ତି । ପ୍ରଥମଥର ପାଇଁ ରଜନିକାନ୍ତଙ୍କ ସହିତ ଫିଲ୍ମରେ ଦେଖାଦେଇଛନ୍ତି ଖିଲାଡିଷ୍ଟାର ଅକ୍ଷୟ କୁମାର୍ । ଫିଲ୍ମରେ ଅକ୍ଷୟ ଖଳନାୟକ ପକ୍ଷୀରଂଜନ୍ ଭୂମିକାରେ ଦେଖାଦେଇଛନ୍ତି । ଫିମେଲ୍ ଲିଡ୍-ରେ ଅଛନ୍ତି ଆମି ଜ୍ୟାକ୍‌ସନ୍ ।ତେବେ “ଟୁ ପଏଣ୍ଟ ଓ”  ହେଉଛି ଏକ ଥ୍ରିଡି ସାଇନ୍ସ ଫିକସନ୍ ଫିଲ୍ମ । ଦିନକୁ ଦିନ କିପରି ମଣିଷ ସ୍ମାର୍ଟ ଫୋନ୍ ଉପରେ ପୁରା ନିର୍ଭର ହୋଇଯାଉଛି । ସ୍ମାର୍ଟ ଫୋନର ଉପକାରିତା ସହିତ ଏହାର ଅପକାରିତାକୁ ଦେଖାଇଛି ଫିଲ୍ମ “2.0” । ପାଖାପାଖି ୬୦୦କୋଟିରେ ତିଆରି ହୋଇଛି ରଜନିକାନ୍ତଙ୍କ ଏହି ଫିଲ୍ମ । ”ଟୁ ପଏଣ୍ଟ ଓ”କୁ ନିର୍ଦ୍ଦେଶନା ଦେଇଛନ୍ତି ଏସ୍. ଶଙ୍କର । ତାମିଲ୍ ଭାଷାରେ ତିଆରି ଏହି ଫିଲ୍ମକୁ ହିନ୍ଦି ଓ ତେଲୁଗୁ ଭାଷାରେ ଡବ୍ କରାଯାଇ ରିଲିଜ୍ କରାଯାଇଛି।  ଫିଲ୍ମରେ ମୋଟ ୩ଟି ଗୀତ ରହିଥିବା ବେଳେ  ସଂଗୀତ ଭାର ସମ୍ଭାଳିଛନ୍ତି  ଏ.ଆର୍.ରେହମାନ୍ । ତେବେ ପ୍ରଥମଥର ପାଇଁ ରଜନିକାନ୍ତ ଓ ଅକ୍ଷୟ କୁମାରଙ୍କୁ ବଡପରଦାରେ ଏକାଠି ଦେଖିବା ପାଇଁ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି। ଫିଲ୍ମଟି ୧୪ଟି ଭାଷାରେ ରିଲିଜ ହେଉଛି। ଏହା ପ୍ରଥମ ଦିନରେ ‘ଥଗସ୍ ଅଫ୍ ହିନ୍ଦୁସ୍ଥାନ’ର ରେକର୍ଡ଼କୁ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ଆମୀର ଖାନଙ୍କ ‘ଥଗସ୍ ଅଫ୍ ହିନ୍ଦୁସ୍ଥାନ’ ପ୍ରଥମ ଦିନରେ ୫୦କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା। ପ୍ରଥମ ଥର ଅକ୍ଷୟ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରୁଛନ୍ତି ଏବଂ ତାହା ମଧ୍ୟ ଖଳନାୟକ ଭୂମିକାରେ। ସେ ଏଥିପାଇଁ ଭାରି ମେକ୍ ଅପ୍ ନେଇଛନ୍ତି। ଟ୍ରେଲର୍ ଏବଂ ପୋଷ୍ଟରରେ ତାଙ୍କ ଲୁକ୍ ବହୁତ ଭୟଙ୍କର ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.