ରଜନୀକାନ୍ତଙ୍କ କୋଭିଡ୍ ରିଲିଫ୍‌ରେ ଦାନ ରାଶି ଦେଖି କ୍ଷୋଭ ପ୍ରକାଶ କଲେ ଲୋକେ, କହିଲେ - ଜୀବନସାରା ଆମଠୁ ନେଲେ ଆଉ ଦେଲା ବେଳକୁ ଏତିକି...

Published By : Prameya-News7 Bureau | May 17, 2021 IST

ମୁମ୍ବାଇ ୧୭।୫: କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି । ସମସ୍ତେ ନିଜ ନିଜ ଢଙ୍ଗରେ କରୋନା ବିରୋଧୀ ଲଢେଇରେ ସହଯୋଗ କରୁଛନ୍ତି । ଏହି ସମୟରେ ସୁପରଷ୍ଟାର ରଜନୀକାନ୍ତଙ୍କ କୋଭିଡ୍ ରିଲିଫ ପାଇଁ ଦେଇଥିବା ଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତା କରୋନା ବିରୋଧୀ ଲଢେଇ ପାଇଁ ଟଙ୍କା ଦାନ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ କମେଣ୍ଟରେ ଲୋକମାନେ ରଜନୀକାନ୍ତଙ୍କ ଉପରେ କ୍ଷୁବ୍ଧ ହୋଇଥିବା ନଜର ଆସିଛନ୍ତି । ସମସ୍ତେ ରଜନୀକାନ୍ତ ଦେଇଥିବା ଦାନରେ ଖୁସି ନୁହଁନ୍ତି ଏବଂ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

ରଜନୀକାନ୍ତ କିଛି ଦିନ ପୂର୍ବରୁ କରୋନା ଟିକାର ଦ୍ବିତୀୟ ଡୋଜ୍ ନେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ । ଏବେ ବିରଲ ଭୟାନୀ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରଜନୀକାନ୍ତ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କୁ କୋଭିଡ୍ ରିଲିଫ୍ ପାଇଁ ୫୦ ଲକ୍ଷ ଟଙ୍କାର ଚେକ୍ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁହେଁ ପରସ୍ପରକୁ ଭେଟୁଛନ୍ତି ଏବଂ ହାତରେ ଚେକ୍ ଧରି ଫଟୋ ଉଠାଉଛନ୍ତି ।

ଏହି ଭିଡିଓରେ ଦିଆଯାଇଥିବା କମେଣ୍ଟକୁ ଦେଖିଲେ ଜଣାପଡୁଛି ଯେ, ଅନେକ ଲୋକ ରଜନୀକାନ୍ତ କୋଭିଡ୍ ରିଲିଫ୍ ପାଇଁ ଦେଇଥିବା ଦାନରେ ଖୁସି ନାହାନ୍ତି । ଅଭିନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି- ‘ସାରା ଜୀବନ ଆମଠାରୁ ନେଇ ହାଇ କ୍ଲାସ୍ ହେଲେ… କେବଳ ୫୦ ଲକ୍ଷ ଦେଲେ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.