ଆତ୍ମହତ୍ୟା କଲେ ପୂର୍ବତନ ମନ୍ତ୍ରୀ, କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 19, 2021 IST

ରାଜନାନ୍ଦଗ୍ରାମ ୧୯/୦୯: ଛତିଶଗଡ଼ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ ସିଂହ ଭାଟିଆ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ପୋଲିସ ପାଖରୁ ମିଳିଥିବା ସୂଚନା ମୁତାବକ, ରାଜିନ୍ଦରପାଲ ସିଂହ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ଛୁରିଆ ଥାନା କ୍ଷେତ୍ରରେ ଏ ସମସ୍ତ ମାମଲା ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।

ପୂର୍ବତନ ମନ୍ତ୍ରୀଙ୍କ ଘରକୁ ପୋଲିସ ସିଲ୍‌ କରିଛି। ଭାଟିଆ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାପରଠୁ ନିଜର  ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେ ଚିନ୍ତାରେ ରହୁଥିଲେ ବୋଲି କୁହାଯାଉଛି। ତାଙ୍କର ଜଣେ ପୁଅ ଲକି ଭାଟିଆ ଅଛନ୍ତି। ରାଜିନ୍ଦରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା। କିଛି ଦିନ ପୂର୍ବରୁ ତାଙ୍କର ଏକମାତ୍ର ଭାଇଙ୍କ ପରଲୋକ ହୋଇଥିଲା। ଭାଟିଆ ଖୁଜ୍ଜୀ କ୍ଷେତ୍ରରୁ ଦୁଇ ଥର ବିଧାୟକ ହୋଇଥିଲେ। ଏହା ବ୍ୟତୀତ ସେ, ଦୁଇ ଥର ନିର୍ଦ୍ଦଳୀୟ ଲଢ଼ି ପରାସ୍ତ ହୋଇଥିଲେ। ରମଣ ସରକାରର ପ୍ରଥମ ପାଳିରେ ସେ ପରିବହନ ମନ୍ତ୍ରୀ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.