Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ବିବାହ ବିଚ୍ଛେଦ ପରେ ନିଜଠୁ ୧୦ବର୍ଷ ସାନ ବୟଫ୍ରେଣ୍ଡ ସହ ଫଟୋ ସେୟାର କରି ଚର୍ଚ୍ଚାରେ ଡେଲନାଜ : ଖୁବ୍ ଶୀଘ୍ର କରିବେ ବିବାହ

4/04/2020 at 6:40 PM

ମୁମ୍ବାଇ ୪/୪: ଲକଡାଉନ୍ ମଧ୍ୟରେ ଏବେ ଟିଭିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଡେଲନାଜ ଈରାନୀ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ୨୦୧୩ମସିହାରେ ଟିଭି ଅଭିନେତା ରାଜୀବ ପାଲଙ୍କଠୁ ବିବାହ ବିଚ୍ଛେଦ ହେବା ପରେ ଡେଲନାଜ ଈରାନୀ ପୁଣି ଥରେ ପ୍ରେମରେ ପଡ଼ିଛନ୍ତି। ସେ ନିଜ ନୂଆ ପାର୍ଟନରଙ୍କ ସହ ଖୁସି ଅଛନ୍ତି ଏବଂ ଦୁହେଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଡେଲନାଜ ଡିଜେ ପର୍ସି କରକରିଆଙ୍କ ସହ ଲିଭଇନ ରିଲେସନରେ ଅଛନ୍ତି। ଦୁହେଁ ପରସ୍ପରକୁ ଦୀର୍ଘ ୭ବର୍ଷରୁ ଡେଟ୍ କରୁଛନ୍ତି। ଡେଲନାଜ ଈରାନୀ ଏବଂ ପର୍ସି କର୍କରିଆ ଏବର୍ଷ ଶେଷରେ ବିବାହ କରି ପାରନ୍ତି।

ପର୍ସି ଡେଲନାଜଙ୍କଠୁ ୧୦ବର୍ଷ ସାନ। ଅଭିନେତା ରାଜୀବ ପାଲଙ୍କଠୁ ଅଲଗା ହେବା ପରେ ଡେଲନାଜଙ୍କ ଜୀବନରେ ପର୍ସି ଆସିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତାରୁ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ଏହା ପରେ ସେମାନେ ପରସ୍ପରକୁ ପ୍ରେମ ନିବେଦନ କରିଥିଲେ। ସେବେଠୁ ସେମାନେ ଏକାଠି ଅଛନ୍ତି।

ରାଜୀବ ପାଲଙ୍କ ସହ ଡେଲନାଜଙ୍କ ସାକ୍ଷାତ ୧୯୯୩ମସିହାରେ ଏକ ଲୋକପ୍ରିୟ ଶୋ ପରିବର୍ତ୍ତନର ସେଟରେ ହୋଇଥିଲା। ୧୯୯୮ମସିହାରେ ଦୁହେଁ ବିବାହ କରିଥିଲେ ଏବଂ ୧୨ବର୍ଷ ପରେ ଦୁହେଁ ପରସ୍ପରଠୁ ଅଲଗା ହେବାର ନି​ଷ୍ପତ୍ତି ନେଇଥିଲେ। ୨୦୧୦ମସିହାରେ ସେମାନେ ଅଲଗା ହୋଇଥିଲେ ଏବଂ ୨୦୧୩ମସିହାରେ ସେମାନଙ୍କ ଛାଡ଼ପତ୍ର ଦିଆନିଆ ହୋଇଥିଲା। ଡେଲନାଜ ରାଜୀବଙ୍କ ବିରୋଧରେ ଧୋକା ଦେବାର ଅଭିଯୋଗ କରିଥିଲେ।

ବିବାହ ବିଚ୍ଛେଦ ପରେ ରାଜୀବ ଏବଂ ଡେଲନାଜ ବିଗ୍ ବସ୍ ସିଜନ୍ ୬ରେ ଏକାଠି ନଜର ଆସିଥିଲେ। ଡେଲନାଜ ଶେଷ ଥର ଟିଭିରେ ‘ପାର୍ଟନରସ ଟ୍ରବଲ୍ ହୋ ଗଇ ଡବଲ୍’ରେ ନଜର ଆସିଥିଲେ। ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଯେମିତିକି ‘କଲ ହୋ ନା ହୋ’,‘ହମକୋ ଦିଓ୍ବାନା କର ଗୟେ’,‘ମିଲେଙ୍ଗେ ମିଲେଙ୍ଗେ’ ଏବଂ ‘ରା ଓ୍ବାନ୍’। ସେ ଏବେ ଟିଭିରୁ ଦୂରେଇ ଥିଏଟର କରୁଛନ୍ତି।

   Related Posts