ଲଡୁ ବିକ୍ରିକରି ପେଟ ପୋଷୁଛନ୍ତି ଏହି ଫେମସ୍ ଅଭିନେତା: କହିଲେ-ଲକଡାଉନ୍ ଖୋଲିଲେ ପୁଣି କାମରେ ଲାଗିବି

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮/୦୫: କରୋନା ମହାମାରୀକୁ ରୋକିବା ପାଇଁ ହୋଇଥିବା ଲକଡାଉନ୍ ଯୋଗୁଁ ସାଧାରଣ ଲୋକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି, ସେଲିବ୍ରେଟିମାନେ ମଧ୍ୟ ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ଅଭିନେତା ରାଜେଶ ତୈଲଙ୍ଗଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲଡୁ ବିକ୍ରି କରୁଥିବା ଦେଖାଯାଇଛି । ତାଙ୍କର ଏହି ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

{"width":666,"height":370}
PunjabKesari

ରାଜେଶ ତୈଲଙ୍ଗ ଅନେକ ଫିଲ୍ମରେ କାମ କରିଛନ୍ତି। ନିକଟରେ ସେ ଟ୍ୱିଟରରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲଡୁ ବିକ୍ରି କରୁଥିବା ଦେଖାଯାଇଛି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, 'ଲକଡାଉନ୍ ଖୋଲିଲେ, କରୋନା ଗଲେ ପୁଣି କାମରେ ଲାଗିବି।'

ରାଜେଶଙ୍କ ଏହି ଫଟୋ ଉପରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। ତେବେ ଅଭିନେତାଙ୍କ ଏହି ଫଟୋ ଏକ ଫିଲ୍ମର ସୁଟିଂ ସମୟର ନା ସକଡାଉନରେ ସେ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତାହା ଜଣା ପଡିନାହିଁ।

wp:html /wp:html

ରାଜେଶ ତୈଲଙ୍ଗ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ 'ଦେବ', 'ମଙ୍ଗଲ ପାଣ୍ଡେ', 'ମୁକ୍କାବାଜ', 'କମାଣ୍ଡୋ ୩' ,' ହଜାର ଚୌରାସୀ କି ମା ',' ସିଦ୍ଧାର୍ଥ ',' ଫାଣ୍ଟମ୍ 'ଭଳି ଫିଲ୍ମ ଅନ୍ତର୍ଭୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.