ରାଜେଶ ଭୂଷଣ ହେଲେ ଦେଶର ନୂଆ ସ୍ୱାସ୍ଥ୍ୟ ସଚିବ
31/07/2020 at 10:07 PM

ନୂଆଦିଲ୍ଲୀ ୩୧।୭: ଟାଲିଭିଜନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ପକ୍ଷରୁ କରୋନା ଅପଡେଟ୍ ଦେଉଥିବା ରାଜେଶ ଭୂଷଣ ଶେଷରେ ବିଭାଗର ସଚିବ ଅବସ୍ଥାପିତ ହୋଇଛନ୍ତି। ଏ ନେଇ ଶୁକ୍ରବାର ଆଦେଶ ଜାରି ହେବା ପରେ ରାଜେଶ ଭୂଷଣ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏବେ ପ୍ରିତି ସୂଦନ ସ୍ଥାନରେ କାର୍ଯ୍ୟ କରିବେ।
ସ୍ୱାସ୍ଥ୍ୟ ସଚିବ ପ୍ରିତି ସୂଦନ ଚାକିରୀରୁ ଅବସର ନେଇଛନ୍ତି। ଏପ୍ରିଲ ୩୦ ତାରିଖରୁ ତାଙ୍କର ନିୟମିତ ନିଯୁକ୍ତି ସମାପ୍ତ ହୋଇଥିଲେ ବି କରୋନା ଜନିତ ପରିସ୍ଥିତି ଲାଗି ସରକାର ତାଙ୍କର କାର୍ଯ୍ୟକାଳ ସମ୍ପ୍ରସାରଣ କରିଥିଲେ। ତେବେ ଜୁଲାଇ ୩୧ରେ ତାଙ୍କର ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କୁ ଚାକିରୀରୁ ଅବସର ଦିଆଯିବା ସହ ଏହି ପଦବୀରେ ଏପର୍ଯ୍ୟନ୍ତ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି) ଭାବେ କାର୍ଯ୍ୟ କରୁଥିବା ରାଜେଶ ଭୂଷଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଛି।