ଅନନ୍ୟ ସମାଜସେବୀ ରାଜେନ୍ଦ୍ର, ପାଇଲେ ରାଜ୍ୟ ରେଡକ୍ରସ୍-୨୦୨୧ ସମ୍ମାନ

Published By : Prameya-News7 Bureau | April 05, 2021 IST

ନୀଳଗିରି,୦୫/୦୪: ବାଲେଶ୍ଵର ଜିଲ୍ଲା ନୀଳଗିରି ପାଇଁ ଗର୍ବ ଆଣି ଦେଇଛନ୍ତି ରାଜେନ୍ଦ୍ର ଜେନା । ତାଙ୍କୁ ରାଜ୍ୟ ରେଡ଼କ୍ରସ ସମ୍ମାନ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯାଇଛି ।

ନୀଳଗିରି ଏନଏସି ୨ ନମ୍ବର ୱାର୍ଡ ଘାଟଘରସାହି ଅଞ୍ଚଳରେ ରୁହନ୍ତି ରାଜେନ୍ଦ୍ର । ସେ ଜଣେ ଦିବ୍ୟାଙ୍ଗ ଅଟନ୍ତି । ସମାଜସେବା କରିବା ତାଙ୍କର ପେଶା ପାଲଟିଛି । ବୃକ୍ଷରୋପଣ ହେଉ କିମ୍ବା ରକ୍ତଦାନ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ଆକସ୍ମିକ ଦୁର୍ଘଟଣା ଘଟିବା କାରଣରୁ ସେ ଗୋଟିଏ ଗୋଡ଼ ହରାଇଥିଲେ । କିନ୍ତୁ ସମାଜସେବା କ୍ଷେତ୍ରରେ ସେ କେବେ ପଛଘୁଞ୍ଚା ଦେଇନାହାନ୍ତି।

ଏକ ସ୍କୁଟିରେ ବୃକ୍ଷ ରୋପଣ, ରକ୍ତଦାନ, କରୋନା ସଚେତନା ବାର୍ତ୍ତା ଲେଖି ଡ଼ାକବାଜି ଯନ୍ତ୍ରରେ ପ୍ରଚାର ପ୍ରସାର କରିଥାନ୍ତି । ଡାକ୍ତରଖାନା ହେଉ କିମ୍ବା ଗ୍ରାମରେ ରକ୍ତଦାନ ଶିବିରରେ ତାଙ୍କର ଅବଦାନ ଅତୁଳନୀୟ ।ଏଭଳି ଜନହିତକର କାର୍ଯ୍ୟପାଇଁ ଶ୍ରୀ ଜେନାଙ୍କୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହରେ ରେଡ଼କ୍ରସ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା,ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ରଘୁନନ୍ଦନ ଦାସ,ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.