୩ମାସ ତଳେ ବାପାଙ୍କୁ ହରାଇଥିଲେ,ଏବେ ନିଜ ଜନ୍ମଦିନରେ ନିଜ ପୁଅକୁ ହରାଇଲେ ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୀବ ନିଗମ

Published By : Prameya-News7 Bureau | November 09, 2020 IST

ମୁମ୍ବାଇ ୯/୧୧:  ଲୋକପ୍ରିୟ ହାସ୍ୟ ଅଭିନେତା ରାଜୀବ ନିଗମଙ୍କ ପୁଅ ଦେବରାଜଙ୍କ ପରଲୋକ ହୋଇଯାଇଛି। ରାଜୀବ ନିଗମଙ୍କ ଜନ୍ମଦିନରେ ହିଁ ତାଙ୍କ ପୁଅଙ୍କ ପରଲୋକ ହୋଇଯାଇଛି। ରାଜୀବଙ୍କ ପୁଅ ଲୋଖଣ୍ଡଓ୍ବାଲାର ଅନ୍ଧେରୀ ଓ୍ବେଷ୍ଟ ସ୍ଥିତ ନିଜ ଘରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

{"id":358560,"sizeSlug":"large"}

‘ହର ଶାଖ ପେ ଉଲ୍ଲୁ ବୈଠା ହୈ’ର ଅଭିନେତା ରାଜୀବ ନିଗମ ଏହି ହୃଦୟ ବିଦାରକ ଖବର ସେୟାର କରିବା ପାଇଁ ସୋସିଆଲ୍ ମିଡିଆର ସହାୟତା ନେଇଛନ୍ତି। ରାଜୀବ ନିଗମ ନିଜ ପୁଅ ଦେବରାଜଙ୍କ ସହ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି।

{"id":358561,"sizeSlug":"large"}

ରାଜୀବ ନିଗମ ଲେଖିଛନ୍ତି ଯେ,‘ କି ସରପ୍ରାଇଜ ବାର୍ଥଡେ ଗିଫ୍ଟ? ମୋ ପୁଅ ଦେବରାଜ ଆଜି ମୋତେ ଛାଡ଼ି ଚାଲିଗଲା,ବାର୍ଥଡେ କେକ୍ ନକାଟି...ପାଗଳ ଏପରି ଗିଫ୍ଟ କେହି ଦିଏ...।’ ରାଜୀବଙ୍କ ଏହି ପୋଷ୍ଟ ତାଙ୍କର ସମସ୍ତ ପ୍ରଶଂସକ ଏବଂ ପରିଚିତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଜି ନଭେମ୍ବର ୯ତାରିଖରେ ରାଜୀବଙ୍କ ଘରେ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯିବ ଏବଂ ସକାଳ ୯.୩୦ରେ ଓଶିଓ୍ବାରା ଶ୍ମଶାନରେ ଅନ୍ତିମ ସଂସ୍କାର ହେବ।

{"id":358559,"sizeSlug":"large"}

ରାଜୀବ ନିଗମ ୨୦୧୮ମସିହାରେ ନିଜ ପ୍ରଶଂସକଙ୍କୁ ଜଣାଇଥିଲେ ଯେ ତାଙ୍କ ପୁଅକୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ସେତେବେଳେ ତାଙ୍କ ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ବେଶି କିଛି କହିନଥିଲେ। ସୂଚନା ମୁତାବକ ରାଜୀବଙ୍କ ପୁଅ ଦେବରାଜଙ୍କ ସ୍ବାସ୍ଥ୍ୟ ପାଖାପାଖି ୨ବର୍ଷ ତଳେ ଖରାପ ହୋଇଯାଇଥିଲା ।ସେ ସେତେବେଳେ ଖେଳି ସାରି ଘରକୁ ଫେରିଥିଲେ। ତାଙ୍କ ପୁଅ କୋମାରେ ଚାଲିଯିବା ପରେ ରାଜୀବଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା। ସେ ବହୁତ କଷ୍ଟରେ ‘ହର ଶାଖ ପେ ଉଲ୍ଲୁ ବୈଠା ହୈ’ର ସୁଟିଂ ପୂରା କରିଥିଲେ ଏବଂ ନିଜ ସଫଳ କ୍ୟାରିୟରକୁ ପଛରେ ରଖି ପରିବାର ପ୍ରତି ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ।

{"id":358558,"sizeSlug":"large"}

ନିଜ ପୁଅର ଦେଖାଶୁଣା କରିବା ପାଇଁ ରାଜୀବ ନିଗମ ନିଜ ହୋମଟାଉନ୍ ଫେରି ଆସିଥିଲେ। ରାଜୀବଙ୍କ ବାପା ୨୦୨୦ ଅଗଷ୍ଟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାଜୀବ ଅନୁରାଧା ନିଗମଙ୍କୁ ବିବାହ କରିଥିଲେ। ଉଭୟଙ୍କୁ ୨୦୧୧ମସିହାରେ ମାଁ ଏକ୍ସଚେଞ୍ଜରେ ଏକାଠି ଦେଖାଯାଇଥିଲା।

{"id":358557,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.