Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ,ପତାକା ଦେଖାଇ ଟ୍ରେନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

26/12/2019 at 12:34 PM

ଭୁବନେଶ୍ବର ୨୬/୧୨: ନୂଆ ରୂପରେ ଭୁବନେଶ୍ବର- ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ । ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ତଥା ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ । ରାଜଧାନୀ ଏକ୍ସପ୍ରେସର ବିଭିନ୍ନ ବଗିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଚିତ୍ରିତ କରାଯାଇଛି ।

ଏହି ନୂଆ ଟ୍ରେନକୁ ଆଜି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଷ୍ଟକୋଷ୍ଟ ରେଲୱେ ଓ ନାଲକୋର ମିଳିତ ଉଦ୍ୟମରେ ପ୍ରୟାସ କରାଯାଛି । ଏହାଦ୍ବାରା ଓଡିଶା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ଟ୍ରେନ ମଧ୍ୟମରେ ରାଜଧାନୀ ଦିଲ୍ଲୀ ସହ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଓଡିଶାର ଐତିହ୍ୟର ବାର୍ତ୍ତା । ସେହିପରି ଆଜିଠାରୁ ଓଡିଶାର ୩୧୭ଟି ଷ୍ଟେସନରେ ଇଂରାଜୀ, ହିନ୍ଦୀ ସହ ଓଡିଆରେ ଅଣସଂରକ୍ଷିତ ଟିକେଟ ସବୁ ଉପଲବ୍ଧ ହେଉଛି।

   Related Posts