Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ବଗି ଛାଡି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍

2/04/2019 at 9:53 AM

କଟକ ୨|୪ : ଦୁର୍ଘଟଣାରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ବଗି ଛାଡି ପଳାଇଯାଇଛି ରାଜଧାନୀ ଏକ୍ସପ୍ରେସ୍‌ର ଇଞ୍ଜିନ । କଟକ କାଠଯୋଡି ପୋଲ ଉପରେ ବଗି ଛାଡି ଇଞ୍ଜିନ ପଳାଇଛି । ଫଳରେ ପୋଲ ଉପରେ ସମସ୍ତ ଏସି ବଗିଗୁଡିକ ଅଟକି ରହିଛି ।

ସୂଚନାଯୋଗ୍ୟ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସଟିର ଇଞ୍ଜିନ ବଗି ଛାଡି ପଳାଇଛି । କଟକ ଷ୍ଟେସନଠାରୁ ମାତ୍ର କିଛି ଦୂରରେ କାଠଯୋଡି ପୋଲ ଉପରେ ବଗି ଛାଡି ପଳାଇଛି ଇଞ୍ଜିନ । ଫଳରେ କାଠଯୋଡି ପୋଲ ଉପରେ ସମସ୍ତ ଏସି ବଗି ଗୁଡିକ ଅଟକି ରହିଛି । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

ଘଟଣା ପରେ ସମସ୍ତ ବଗି ଓ ଯାତ୍ରୀ ସୁରକ୍ଷିତ ଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖୋର୍ଦ୍ଧା ରୋଡ୍ ଡିଆରଏମଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀ ଘଟଣାର ଅନୁଧ୍ୟାନ କରୁଛନ୍ତି ।

   Related Posts