Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହାଥରସ ମାମଲାରେ ବିଜେପି ନେତାଙ୍କ ଭୟଙ୍କର ଦାବି: ପୀଡ଼ିତାଙ୍କୁ ତାଙ୍କ ମାଆ ଓ ଭାଇ ମାରିଛନ୍ତି, ଯୋଗୀ ସରକାରଙ୍କୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର

2/10/2020 at 5:18 PM

ହାଥରସ ୦୨/୧୦: ଉତ୍ତର ପ୍ରଦେଶ ହାଥରସ ମାମଲାକୁ ନେଇ ତୀବ୍ର ଉତ୍ତେଜନା ଓ ବିରୋଧ ଜାରି ରହିଛି। ତମାମ ବିରୋଧୀ ଦଳ ଯୋଗୀ ସରକାରଙ୍କୁ ଟାର୍ଗେଟ କରିବାର କୌଣସି ଅବସର ହାତଛଡ଼ା କରୁ ନାହାନ୍ତି। କେବଳ ଏତିକି ନୁହେଁ ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ଥିଲେ, ମାତ୍ର ତାହା ସେମାନଙ୍କୁ ବିରୋଧ କଲା ୟୁପି ପୋଲିସ୍। ସେହିପରି ଆଜି (ଶୁକ୍ରବାର) ଟିଏମସିର ୪ଜଣ ସାଂସଦ ପଶ୍ଚିମବଙ୍ଗରୁ ହାଥରସ ପହଞ୍ଚିଲେ। ସେମାନଙ୍କ ମଧ୍ୟ ବିରୋଧ କରାଯିବାରୁ ଏବେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି।

ଏହାରି ଭିତରେ ବିଜେପିର ପୂର୍ବତନ ବିଧାୟକ ରାଜବୀର ସିଂହ ପହଲବାନ ଚମକାଇ ଦେବା ଭଳି ବୟାନ ରଖିଛନ୍ତି। ସେ ଏଭଳି କଥା କହିଛନ୍ତି ଯେ ମାମଲା ପୂରା ଓଲଟି ଯାଉଛି। ସବୁ କଥାକୁ ଯଦି ଦୃଷ୍ଟି ଦିଆଯାଏ ତେବେ ପୋଲିସ, ପରିବାର ଓ ପୂର୍ବତନ ବିଧାୟକଙ୍କ ବୟାନ ମାମଲାକୁ ଅଧିକ ଜଟିଳ କରୁଛି।

ବିଜେପିର ପୂର୍ବତନ ବିଧାୟକ ରାଜୀବ ଏ ଘଟଣା ପାଇଁ ପୀଡ଼ିତାଙ୍କ ପରିବାରକୁ ଦାୟୀ କରିଛନ୍ତି। ସେ କହିଛନ୍ତି ପୀଡ଼ିତାଙ୍କୁ ତାଙ୍କ ଭାଇ ଓ ତାଙ୍କ ମା’ ମାରିଛନ୍ତି। ତାଙ୍କ ମତରେ ଏ ମାମଲାକୁ ନେଇ ଜାତିବାଦ ଚର୍ଚାର ପ୍ରସଙ୍ଗ ହୋଇଛି। ମାମଲାରେ ସମ୍ପୃକ୍ତ ଚାରି ଜଣ ଯୁବକଙ୍କୁ ସେ ନିର୍ଦୋଷ କହିଛନ୍ତି। ଏହା ସହ ସେମାନଙ୍କୁ ଫଶାଯାଉ ଥିବା ଯୁକ୍ତି ବାଢ଼ିଛନ୍ତି।

ମାମଲା ମାରପିଟର ବୋଲି ରାଜବୀର କହିଛନ୍ତି। ସେ ଆହୁରି କହିଛନ୍ତି ଯଦି ଚାରିଜଣ ଅଭିଯୁକ୍ତଙ୍କ ଉପରେ ମାମଲା ରୁଜୁ ହୋଇଥାନ୍ତା ତାହେଲେ ତାଙ୍କର କିଛି ଆପତ୍ତି ନ ଥାନ୍ତା। ମାତ୍ର ଏହାକୁ ଗଣଦୁଷ୍କର୍ମ ଓ ଗିରଫଦାରୀ ପରେ ଲୋକଙ୍କ ମନରେ ଉତ୍ତେଜନା ଦେଖା ଦେଇଛି। ଜନାଧାର ନ ଥିବା ଲୋକେ ହିଁ ଆନ୍ଦୋଳନ କରୁଛନ୍ତି। ସରକାରଙ୍କୁ ବିନା କାରଣରେ ବଦନାମ କରାଯାଉଛି।

ଏ ମିଛ ମାମଲାକୁ ଏମିତି ପ୍ରଚାର କରାଯାଉଛି ଯେ ପୂରା ଦେଶରେ ହାଥରସ ବଦନାମ ହେଉଛି। ତାଙ୍କର ଏସଆଇଟି ତଦନ୍ତ ଉପରେ ପୂରା ବିଶ୍ବାସ ଅଛି। ସତ ନିହାତି ସାମ୍ନାକୁ ଆସିବ। କିଛି ନେତାଙ୍କ ଉପରେ ଏମିତି ରାଗ ଅଛି ଯେ ସେମାନେ ଆଗାମୀ ନିର୍ବାଚନରେ ଇଲାକାକୁ ପ୍ରବେଶ କରିପାରିବେ ନାହିଁ। ଦରକାର ପଡ଼ିଲେ ମାମଲା ପାଇଁ ସଂଘର୍ଷ କରାଯିବ।

ମାମଲାରେ ଗିରଫ ହୋଇଥିବା ରାମୁଙ୍କ ବାପା ରାକେଶ ଅଭିଯୋଗ ଆଣିଛନ୍ତି ଯେ ସାସଂଦ ରାଜବୀର ଦିଲେର ଓ ତାଙ୍କ ଝିଅ ଏ ମାମଲାରେ ତାଙ୍କୁ ଫଶାଇଛନ୍ତି। ଏହାର କାରଣ ହେଉଛି ସେ ଅନ୍ୟ ପକ୍ଷ ଅର୍ଥାତ ଯୁବତୀଙ୍କ ପରିବାର ବାଲ୍ଲିକୀ ଜାତିର ଓ ସାଂସଦ ମଧ୍ୟ ଏହାର ବରାବର। ମାତ୍ର ଆରୋପି ଠାକୁର କୂଳର। ସେ ପୁଣି କହିଛନ୍ତି ଯଦି ତାଙ୍କ ପୁଅ ଦୋଷୀ ତାହେଲେ ତାଙ୍କୁ ଖୋଲାଖୋଲି ଗୁଳି କରି ଦିଆଯାଉ। ଏହି ମାମଲାରେ ନିର୍ଦୋଷ ଲୋକ ଫସିଛନ୍ତି। ସେ କହିଛନ୍ତି ରାଜୀବ ଦିଲେରଙ୍କ ଝିଅ ନାଁ ଆସିବାରୁ ଏହାକୁ ଅଧିକ ଅଗ୍ରାଧିକାର ଦିଆଯାଉଛି।

   Related Posts