ପୁଣି ହସି ଉଠିଲା ରଜତଙ୍କ ପରିବାର: ଦୀର୍ଘ ମାସେ ହେଲା ସେ ଥିଲେ କେଉଁଠି?

Published By : Prameya-News7 Bureau | May 08, 2020 IST

ଆନନ୍ଦପୁର୮/୫: ପୁଣି ହସି ଉଠିଲା ରଜତଙ୍କ ପରିବାର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଡିମିଗଡିଆ ନିଖୋଜ ଶ୍ରମିକ ରଜତ ନାୟକଙ୍କ ସନ୍ଧାନ ମିଳିଛି। ସେ ବର୍ତ୍ତମାନ ଆନନ୍ଦପୁର ବି. ଏନ ହାଇସ୍କୁଲରେ କ୍ବାରାଣ୍ଟାଇନ୍ ସେଣ୍ଟରରେ ଅଛନ୍ତି। ରଜତ କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ଅଞ୍ଚଳକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସ୍ତ୍ରୀ ଦେହ ଖରାପ ଥିବା ଖବର ପାଇ ଗତ ମାସ ତାରିଖରେ ୭ ତାରିଖରେ ସେଠାରୁ ଘରକୁ ବାହାରିଥିଲେ।ହେଲେ ଘରେ ଆଉ ପହଞ୍ଚି ପାରିନଥିଲେ।

{"id":266513,"sizeSlug":"large"}

ରଜତଙ୍କ ନିଖୋଜ ସମ୍ପର୍କରେ ଖବର ନ୍ଯୁଜ୍୭ ରେ ଖବର ପ୍ରସାରଣ ହୋଇଥିଲା। ଏପ୍ରିଲ୍ ୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରୁ କେତେକ ଶ୍ରମିକ ମୟୂରଭଞ୍ଜ ଜିଲ୍ଲା ଫେରୁଥିବା ସମୟରେ ଲକ୍‌ଡାଉନ ନିୟମ ଅନୁଯାୟୀ ଆନନ୍ଦପୁର ପ୍ରଶାସନ ସେମାନଙ୍କୁ ଅଟକରଖି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଭର୍ତ୍ତି କରିଥିଲା। ନ୍ଯୁଜ୍୭ ରେ ପ୍ରସାରିତ ଖବର ଓ ମୟୂରଭଞ୍ଜ ଜିଲ୍ଲାର ଲୋକେ ଆନନ୍ଦପୁର ଠାରେ କ୍ବାରେଣ୍ଟାଇନ୍ ରେ ରହିବା ଘଟଣା ଆନନ୍ଦପୁର ଟାଉନ୍ ର ସ୍ବେଚ୍ଛାସେବୀ ସିଲୁ ପଟ୍ଟନାୟକଙ୍କ ନଜରକୁ ଆସିଥିଲା। କ୍ବାରେଣ୍ଟାଇନ୍  ସେଣ୍ଟର ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ସିଲୁ ପଟ୍ଟନାୟକ ନିଜ ମୋବାଇଲ୍ ରେ ନ୍ୟୁଜ୍୭ ରେ ପ୍ରସାରିତ ଭିଡିଓ ଦେଖାଇବାରେ ରଜତ ନାୟକ ସେଠାରେ ଥିବା ଜଣାପଡିଥିଲା।

ଏ ସମ୍ପର୍କରେରେ ସିଲୁ ଆମ ଆନନ୍ଦପୁର ନ୍ଯୁଜ୍୭ ଟିମ ସହ ଯୋଗାଯୋଗ କରିଥିଲେ। ଆମେ ଆମ ଉଦଳା ଟିମ ସହ ଯୋଗାଯୋଗ କରିବାରୁ ଆନନ୍ଦପୁର କ୍କାରେଣ୍ଟାଇନ୍ କେନ୍ଦ୍ରରେ ଥିବା ବ୍ଯକ୍ତି ରଜତ ନାୟକ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.