Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରଜତ ଶର୍ମା ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ

19/11/2020 at 10:04 PM

ନୂଆଦିଲ୍ଲୀ ୧୯।୧୧: ନ୍ୟୁଜ୍‌ ବ୍ରଡକାଷ୍ଟର ଆସୋସିଏସନ (ଏନବିଏ) ଇଣ୍ଡିଆ ଟିଭି ଚାନେଲଙ୍କ ମୁଖ୍ୟ ସମ୍ପାଦକ ରଜତ ଶର୍ମାଙ୍କୁ ଆଉ ଏକ କାର୍ଯ୍ୟକାଳ ଲାଗି ସଭାପତି ମନୋନୟନ କରିଛି। ଏନବିଏ ଦ୍ୱାରା ଜାରି ଏକ ବିବୃତ୍ତିରେ ଗୁରୁବାର ଏହି ସୂଚନା ଦିଆଯାଇଛି। ଏନବିଏ ବୋର୍ଡ ବୈଠକରେ ସଦସ୍ୟମାନେ ସର୍ବସମ୍ମତି କ୍ରମେ ଇଣ୍ଡିଆ ଟିଭିର ମୁଖ୍ୟ ତଥା ମୁଖ୍ୟ ସମ୍ପାଦକ ରଜତ ଶର୍ମାଙ୍କୁ ୨୦୨୦-୨୧ ବର୍ଷ ଲାଗି ସଭାପତି ଅବସ୍ଥାପିତ ରହିବାକୁ କହିଛନ୍ତି।

ସେହିପରି ନ୍ୟୁଜ୍ ୨୪ ବ୍ରଡକାଷ୍ଟ ଇଣ୍ଡିଆ ଲିମିଟେଡଙ୍କ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୁରାଧା ପ୍ରସାଦ  ଶୁକ୍ଳାଙ୍କୁ ବୋର୍ଡ ଆସୋସିଏସନର ଉପାଧ୍ୟକ୍ଷ  ନିର୍ବାଚିତ କରିଛି। ଟାଇମ୍ସ ନେଟୱାର୍କ-ବେନେଟ କୋଲମ୍ୟାନ୍‌ ଏଣ୍ଡ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଏମ.କେ. ଆନନ୍ଦଙ୍କୁ ୨୦୨୦-୨୧ ବର୍ଷ ଲାଗି ଆସୋସିଏସନର କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। 

ବୋର୍ଡ ବୈଠକକୁ ସମ୍ବୋଧିତ କରି ସଭାପତି ଶର୍ମା କରୋନା ଭାଇରସ ମହାମାରୀରେ ସମାଚାରପ୍ରସାରଣକୁ ସରକାର ପ୍ରଥମ ଥର ଇସେନସିଆଲ ସର୍ଭିସ ଘୋଷଣା କରିଥିବା କହିଥିଲେ। ସେହି ଅନୁସାରେ ସମାଚାର ଚାନେଲ, କର୍ମଚାରୀ ଓ କ୍ୟାମେରାମ୍ୟାନମାନେ ନିଜ ଜୀବନକୁ ବାଜି ଲଗାଇ ନିରବିଛିନ୍ନ ସମ୍ବାଦ ସରବରାହ କରିଥିଲେ। ଦୀର୍ଘ ଲକଡାଉନରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଢେର ବୃଦ୍ଧି ହୋଇଥିଲା। ଏଥିଲାଗି ଶର୍ମା ସମସ୍ତ ନ୍ୟୁଜ୍ ଟେଲିଭିଜନ ଚାନେଲଙ୍କ ସମ୍ପାଦକ, ସାମ୍ବାଦିକ, କ୍ୟାମେରାମ୍ୟାନ, ପ୍ରଡ୍ୟୁସର ଓ ଏଡିଟରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଥିଲେ।

ତେବେ ଏହି ସମୟରେ କିଛି ନ୍ୟୁଜ୍ ଚାନେଲଙ୍କ ଦ୍ୱାରା ଅନିୟମିତ ଆପତ୍ତିଜନକ ସାମଗ୍ରୀର ପ୍ରସାରଣ ଜନିତ ଆହ୍ୱାନ ମଧ୍ୟ ଦେଖାଦେଇଥିଲା। ତେବେ ଏପରି ଚାନେଲମାନେ ଏନବିଏ ସଦସ୍ୟ ନଥିଲେ। ତେବେ ଉପୁଜିଥିବା ପରିସ୍ଥିତିରେ ଏନବିଏ ସଦସ୍ୟମାନେ ସମସ୍ୟା ମୁକାବିଲା ଲାଗି ଅଣ୍ଟା ଭିଡିଥିଲେ ବୋଲି ଶର୍ମା କହିଛନ୍ତି। ଯାହା ସଂଘ ସ୍ଥାପନାର ଅସଲ ଉଦ୍ଦେଶ୍ୟ ପୂରଣ କରିଥିବା ସେ କହିଛନ୍ତି।

   Related Posts