ଶେରଗଡ ତହସିଲରେ ଆରମ୍ଭ ହେଲା ରାଜସ୍ବ ରଥ, ଲୋକଙ୍କ ଘରକୁ ଯାଇ ଯୋଗାଇବ ସେବା

Published By : Prameya-News7 Bureau | May 13, 2021 IST

ସାନଖେମୁଣ୍ଡି ୧୩।୫: ଗଞ୍ଜାମ ଜିଲ୍ଲା ଶେରଗଡ଼ ତହସିଲରେ ଆରମ୍ଭ ହେଲା ରାଜସ୍ବ ରଥ । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର  ଅକ୍ଷୟ ମଲ୍ଲିକ ଉପସ୍ଥିତ ରହି ରାଜସ୍ବ ରଥ ଉଦଘାଟିତ ହୋଇଛି । ଉପଜିଲ୍ଲାପାଳଙ୍କ ଦ୍ଵାରା ରାଜସ୍ବ ରଥ ଉଦଘାଟିତ ହୋଇଛି । ଗାଁରୁ ଗାଁକୁ ବୁଲିବ ଏହି ରଥ । ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ କରିବ । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ କରିବ, ଦରଖାସ୍ତ ଗ୍ରହଣ କରିବ । ଗୁରୁବାର ତାକରଡ଼ା ପଂଚାୟତରେ ବୁଲିଛି ରାଜସ୍ବ ରଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.