କାଶ୍ମୀରୀ ଝିଅ କାମିନୀକୁ ବାହାହେବେ ରାଜସ୍ତାନର ପୁଅ ଅକ୍ଷୟ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 24, 2019 IST

ଜମ୍ମୁ-କାଶ୍ମୀର୨୪|୮: ଜମ୍ମୁ-କଶ୍ମୀରର ଝିଅଙ୍କୁ କେହି ବିବାହ କରି ପାରିବେ ନାହଁ ​‌ବୋଲି ଯେଉଁ ପ୍ରଥା ଥିଲା ତାହା ଭାଙ୍ଗିବାକୁ ଯାଉଛି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ରାଜସ୍ତାନ ଯୁବକ ଜମ୍ମୁର ଯୁବତୀଙ୍କୁ ବିବାହ କରିବେ।

ସୂଚନାଯୋଗ୍ୟ ଯେ, ଜମ୍ମୁରେ ରହୁଥିବା ଯୁବତୀ କାମିନୀଙ୍କୁ ରାଜସ୍ତାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଯୁବକ ଅକ୍ଷୟ କୁକ୍‌ଡ ବିବାହ କରିବା ପାଇଁ ସ୍ଥିର କରିଛନ୍ତି। ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଉଭୟ ଶୁକ୍ରବାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ପୁଅ ଓ ଝିଅଙ୍କ ସହିତ ଉଭୟ ପରିବାର ଲୋକ ମଧ୍ୟ ଥିଲେ। କିନ୍ତୁ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ଥିବାରୁ ତାଙ୍କର ବାହାଘର ହୋଇପାରି ନଥିଲା।

ଶ୍ରୀଗଙ୍ଗାନଗର ପାଇଁ ବହୁତ ଖୁସିର ଖବର ଯେ, ଜମ୍ମୁର ଝିଅ ତାଙ୍କର ବୋହୂ ହେବ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜସ୍ତାନର ଯୁବକ ଓ ଜମ୍ମୁର ଯୁବତୀଙ୍କ ମଧ୍ୟରେ ପ୍ରଥମ ବାହାଘର ହେବାକୁ ଯାଉଛି।୨ ବର୍ଷ ପୂର୍ବରୁ ଦିଲ୍ଲୀ​‌ରେ ଏକ କମ୍ପାନୀରେ ଅକ୍ଷୟ କାମ କରୁଥିଲେ।ଦିଲ୍ଲୀରେ ଜମ୍ମୁ ର ଯୁବତୀଙ୍କ ସହ ଅକ୍ଷୟଙ୍କ ଭେଟ ହୋଇଥିଲା।ଜମ୍ମୁରେ କାମିନୀ ରୁହନ୍ତି ହେଲେ ଦିଲ୍ଳୀରେ ତାଙ୍କ ସଂପର୍କୀୟଙ୍କ ସହ ଭେଟ କରିବାକୁ ଯାଇଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.