ଥରେ କି ଦୁଇ ଥର ନୁହେଁ ରାଜସ୍ଥାନର ଏହି ମହିଳା ଲଗାତାର ୩୧ ଥର କୋଭିଡ ପଜିଟିଭ, ଡାକ୍ତର ହତଚକିତ

Published By : Prameya-News7 Bureau | January 23, 2021 IST

ଭରତପୁର ୨୩।୧: କରୋନା ଭାଇରସ ମହାମାରୀକୁ ନେଇ ବିଶେଷଜ୍ଞଙ୍କ ସବୁ ଅନୁମାନ ଏହି ମହିଳାଙ୍କଠାରେ ଫେଲ ମାରିଛି। ଥରେ କି ଦୁଇ ଥର ନୁହେଁ ରାଜସ୍ଥାନ ଭରତପୁରର ଏହି ମହିଲା ଗତ ୫ ମାସରେ ୩୧ ଥର କୋଭିଡ ପରୀକ୍ଷଣ କରିଥିବା ବେଳେ ପ୍ରତିଥର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଗତ ଜାନୁୟାରୀ ୭ରେ ତାଙ୍କର ହୋଇଥିବା ପରୀକ୍ଷଣ ରିପୋର୍ଟ ପୁଣି ପଜିଟିଭା ଆସିବାରୁ ଡାକ୍ତର ମୁଣ୍ଡ ଧରି ବସିଛନ୍ତି।

{"id":397270,"sizeSlug":"large","linkDestination":"none"}

କରୋନା ଭାଇରସ ଉଷ୍ମାୟନ ଚକ୍ର ୧୪ ଦିନରେ ସମାପ୍ତ ହୋଇଯାଏ ବୋଲି ଡାକ୍ତର କହୁଛନ୍ତି। ଏହି ସମୟରେ ସଂକ୍ରମିତଙ୍କଠାରୁ ଅନ୍ୟମାନେ ସଂକ୍ରମଣର ଶିକାର ହେବାର ଆଶଙ୍କା ଥିବାରୁ ବିଶେଷଜ୍ଞ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥାନ୍ତି। ସେହି ଅନୁସାରେ ସାରା ଦେଶରେ କରୋନା ଭାଇରସ ମହାମାରୀର ଏପର୍ଯ୍ୟନ୍ତ ଚିକିତ୍ସା ଚାଲିଛି।

{"id":397271,"sizeSlug":"large","linkDestination":"none"}

ତେବେ ଭରତପୁର ଆପନା ଆଶ୍ରମରେ ଅବସ୍ଥାନ କରୁଥିବା ୩୪ ବର୍ଷ ବୟସ୍କା ଶାରଦା ଦେବୀ ଏଥିରେ ବିଲକ୍ଷଣ। ଗତ ବର୍ଷ ଅଗଷ୍ଟମାସରେ ସେ ଆଶ୍ରମକୁ ରହିବାକୁ ଆସିଥିଲେ। କୋଭିଡ ନିୟମ ଅନୁସାରେ ସେତେବେଳେ ତାଙ୍କର ପରୀକ୍ଷଣ କରାଯାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏଣୁ ଆଶ୍ରମର ଏକାନ୍ତବାସ ବ୍ୟବସ୍ଥାରେ ତାଙ୍କୁ ପୃଥକ ରଖାଯାଇଥିଲା।

{"id":397272,"sizeSlug":"large","linkDestination":"none"}

ସେବେଠାରୁ ତାଙ୍କର ଏପର୍ଯ୍ୟନ୍ତ ୩୧ ଥର କୋଭିଡ ପରୀକ୍ଷଣ ହେଲାଣି। ଦେଶରେ କରୋନା ସଂକ୍ରମଣ ଜାଣିବା ଲାଗି ହେଉଥିବା ଉଭୟ ଆରଟିପିସିଆର ଓ ଆଣ୍ଟିଜେନ୍‌ ଟେଷ୍ଟରେ ସେ ପ୍ରତିଥର ପଜିଟିଭ ଥିବା ଜଣାପଡିଛି। ଆଶ୍ରମ ଆଇସୋଲେସନରେ ତାଙ୍କୁ ସମସ୍ତ ୩ ପ୍ରକାର ଚିକିତ୍ସା କରାଯାଉଛି। ଏଲୋପ୍ୟାଥିକ, ହୋଇମିଓ ପ୍ୟାଥିକ ଓ ଆୟୁର୍ବେଦିକ ଔଷଧ ଖାଉଥିଲେ ହେଁ ସେ ଏପର୍ଯ୍ୟନ୍ତ କୋଭିଡ ମୁକ୍ତ ହୋଇ ନ ପାରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

{"id":397273,"width":577,"height":285,"sizeSlug":"large","linkDestination":"none"}

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସେ କୋଭିଡ ଆକ୍ରାନ୍ତ ଥାଇ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି। ଏହି ସମୟରେ ସେ ୭-୮ କେଜି ଓଜନ ହାସଲ କରିଥିବା ବେଳେ ତାଙ୍କର ଶାରୀରିକ ସ୍ୱାସ୍ଥ୍ୟ ବେଶ ସୁସ୍ଥ ଅଛି। ଏଥିରେ କୋଭିଡକୁ ଦେହରେ ବସା କରାଇସାରିଥିବା ମହିଳାଙ୍କୁ ନେଇ ଡାକ୍ତର ଚିନ୍ତାରେ ପଡିଥିବା ବେଳେ ତାଙ୍କର ଅଧ୍ୟୟନ ଲାଗି ଭରତପୁର ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସୱାଇମାନସିଂ ହସ୍ପିଟାଲ ଓ ଜୟପୁର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସୂଚିତ କରିଛନ୍ତି। ତେବେ ହୁଏତ ତାଙ୍କର ଇମ୍ୟୁନିଟି କ୍ଷମତା ନଥିବାରୁ ସେ ସେ କୋଭିଡରୁ ମୁକ୍ତ ହୋଇପାରୁନଥିବା ଡାକ୍ତରମାନେ ଆଶଙ୍କା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.