ଦିଲ୍ଲୀକୁ ମାତ୍‌ ଦେଲା ରାଜସ୍ଥାନ, ୩ ଓ୍ବିକେଟରେ ଆରଆର ବିଜୟୀ‌

Published By : Prameya-News7 Bureau | April 15, 2021 IST

ମୁମ୍ବାଇ ୧୫/୪: ଦିଲ୍ଲୀଠୁ ମ୍ୟାଚ୍‌ ଛଡ଼ାଇ ନେଲା ରାଜସ୍ଥାନ। ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷ କରି ଜିତିଲା ରାଜସ୍ଥାନ ରୟାଲ୍ସ। କ୍ରିସ୍‌ ମୋରିସ୍‌ ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଛନ୍ତି। ୭ ଓ୍ବିକେଟ ହରାଇ ଦଳ ବିଜୟ ହାସଲ କରିଛି। ୧୯ ଓଭର ୪ ବଲରେ ଦଳ ୧୫୦ ରନ୍‌ କରିପାରିଛି। ମିଲରଙ୍କ ଧୂଆଁଧାର ୩୬ ରନ୍‌ ଦଳକୁ ବିଜୟ କରିଛି। ୩ ଓ୍ବିକେଟରେ ରାଜସ୍ଥାନ ରୟାଲ୍ସ ବିଜୟ ହାସଲ କରିଛି।  

ସେପଟେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଭଳି ଆରଆର ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂର୍ବ ମ୍ୟାଚ୍‌ରେ ଶତକ କରିଥିବା ଅଧିନାୟକ ସଞ୍ଜୁ ସାମସନ୍‌ କେବଳ ୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ୧୩ ରନ୍‌ରେ ଦଳକୁ ଦୁଇଟି ଝଟ୍‌କା ଲାଗିଥିଲା। ଏହା ପରେ ୧୭ ରନ୍‌ରେ ୩, ୩୬ ରନ୍‌ରେ ୪, ୪୨ ରନ୍‌ରେ ୫, ୯୦ ରନ୍‌ରେ ୬ଟି ଓ୍ବିକେଟ ହରାଇଥିଲା ରାଜସ୍ଥାନ। ଏହା ପରେ ୧୦୪ ରନ୍‌ରେ ୬୨ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଡେଭିଡ୍‌ ମିଲର। ଦିଲ୍ଲୀର ଆଭେସ ଖାନ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ।

 ଆଜିର ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ ଲଳିତ ଯାଦବ ଏବଂ ଟମ୍ କରନ ମଧ୍ୟ କିଛି ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଆରଆରର ଦ୍ରୁତ ବୋଲର ଜୟଦେବ ଉନାଦକତ ୩ଟି ସଫଳତା ପାଇଥିବାବେଳେ ମୁସ୍ତାଫିଜୁର ରେହମାନ ୨ଟି ସଫଳତା ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.