Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଲା ପ୍ରଚାର, ୭ରେ ମତଦାନ, ୧୧ରେ ଭୋଟ ଗଣତି

5/12/2018 at 6:11 PM

ନୂଆଦିଲ୍ଲୀ ୫|୧୨: ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଡିସେମ୍ବର ୭ରେ ମତଦାନ। ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳ କରିଛନ୍ତି ଜୋରଦାର ପ୍ରଚାର। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ଥିବାବେଳେ ତେଲେଙ୍ଗାନାରେ ଟିଆରଏସକୁ କ୍ଷମତାରୁ ବିତାଡିତ କରିବାପାଇଁ ବିଜେପି ଓ କଂଗ୍ରସ କରିଛନ୍ତି କସରତ।

ରାଜସ୍ଥାନ ଓତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରଚାର। ଡିସେମ୍ବର ୭ରେ ରାଜସ୍ଥାନର ୨୦୦ ବିଧାନସଭା ଓ ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନ ପାଇଁ  ହେବ ମତଦାନ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପାଞ୍ଚଟି ରାଜ୍ୟର ଫଳାଫଳ ଉପରେ ସମସ୍ତଙ୍କର ରହିଛି ନଜର।  ଭୋଟରଙ୍କୁ ଆକର୍ଷିତ କରିବାପାଇଁ ଆଜି ବିଜେପି ଓ କଂଗ୍ରେସର ବହୁ ତୁଙ୍ଗ ଓ ଛାମୁଆ ନେତା କରିଛନ୍ତି ପ୍ରଚାର। ୧୯୮୮ରୁ ରାଜସ୍ଥାନରେ  ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସରକାର ଗଢି ଆସିଛନ୍ତି। ଏହି ଧାରାକୁ ଭାଙ୍ଗି କ୍ରମାଗଗତଭାବେ ଦ୍ବିତୀୟ ପାଳିରେ ସରକରା ଗଢିବା ଲକ୍ଷ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ସେପଟେ  ମିଆଦ ନପୁରୁଣୁ ସରକାରକୁ ଭଙ୍ଗ କରିଥିବା ଟିଆରଏସ ନେତା କେ ଚନ୍ଦ୍ରଶେଖର ରାଓ ପୁଣି ଥରେ କ୍ଷମତାକୁ ଫେରିବାକୁ  ଦେଖିଚାହିଁ ଗୋଟି ଚଳାଉଛନ୍ତି। ଆଜି ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ସୁମେରପୁର ଓ ଦୌସାରେ ନିର୍ବାଚନ ରାଲି କରିଥିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜମିରରେ ରୋଡ ସୋ କରିଛନ୍ତି। ସେପେଟ ତେଲେଙ୍ଗାନାର କୋଡାଡରେ ନିର୍ବାଚନ ରାଲିରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ ଗାନ୍ଧି।

ମାର୍ଚ୍ଚ ମାସରେ କଂଗ୍ରେସର ଅଧ୍ୟକ୍ଷ ବନିବାପରେ ରାହଲୁଙ୍କ ନେତୃତ୍ବରେ ଏହା ହେଉଛି କଂଗ୍ରେସର ମିନି ଜେନେରାଲ ଇଲେକ୍ସନ। ୨୦୧୪ ପରେ ପ୍ରଥମ ଥର ପାଇଁ ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ  ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ। ୨୦୧୯ସାଧାରଣ  ନିର୍ବାଚନ ପୂର୍ବରୁ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଜିତି ବିଜେପି ନିଜର ଦୁର୍ଗ ସୁରକ୍ଷିତ ଥିବା ବାର୍ତ୍ତା ଦେବାକୁ ବ୍ୟଗ୍ର ଥିବାବେଳେ କଂଗ୍ରେସ ୫ଟି ରାଜ୍ୟରୁ କୌଣସି ଗୋଟିଏ ରାଜ୍ୟରେ ନିର୍ବାଚନ ଜିତି ଦଳ ଟ୍ରାକକୁ ଫେରିଥିବା ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛି।

ଡିସେମ୍ବର ୧୧ରେ ଭୋଟ ଗଣତି ହେବ। ନିର୍ବାଚନର ଫଳାଫଳରୁ ୨୦୧୯ ସାଧାରଣ ନିର୍ବାଚନର ଚିତ୍ର ଓ ଚରିତ୍ର ଜଣାପଡିବ ବୋଲି କହିଛନ୍ତି ରାଜନୈତିକ ବିଶ୍ଲେଷକ।

   Related Posts