ପାଠ ପଢାଇବାକୁ ଓଟ ଚଢି ଗଲେ ଶିକ୍ଷକ, ଗ୍ରାମାଞ୍ଚଳରେ ମୋବାଇଲ୍ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Published By : Prameya-News7 Bureau | July 10, 2021 IST

ରାଜସ୍ଥାନ ୧୦/୦୭: COVID-19 କଲବଲ ହେଉଛି ସାରା ଦେଶ । ପ୍ରଥମ ଲହର ପରି ଦ୍ୱିତୀୟ ଲହରରେ ବେଶ୍ ବ୍ୟାହତ ହୋଇଛି ପିଲାଙ୍କ ପାଠପଢା । ସ୍କୁଲମାନଙ୍କରେ ବନ୍ଦ ହୋଇଛି ଅଫଲାଇନ ପାଠପଢା । ଏବେ ସବୁଠି ଅନଲାଇନ ପାଠପଢାକୁ ସବୁଠି ଗୁରୁତ୍ୱ ଦେଉଛନ୍ତି । ତେବେ କିନ୍ତୁ ଅନେକ ସ୍ଥାନରେ ମୋବାଇଲ ନାହିଁ । କିଛି କିଛି ସ୍ଥାନରେ ମୋବିଇଲ ଅଛି ନେଟଓ୍ୱାର୍କ ନାହିଁ ।

ଏଭଳି ସ୍ଥିତିରେ ପିଲା ପଢିବା ବଡ ସମସ୍ୟା ସୃଷ୍ଟି କରିଛି । ହେଲେ ରାଜସ୍ଥାନର ବାରମେର କିଛି ଶିକ୍ଷକ ମହାମାରୀ ସମୟରେ ସେମାନଙ୍କ ଶିକ୍ଷାଦାନ ଜାରି ରଖିଛନ୍ତି । ଅନଲାଇନରେ ପାଠପଢା ନହେବାରୁ ସେମାନେ ଅଲଗା ଉପାୟ ଅବଲମ୍ୱନ କରିଛନ୍ତି । ଯାହାକି ଏବେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ସେମାନଙ୍କ ଛାତ୍ରଛାତ୍ରୀମାନେ ଅଧିକାଂଶ ଗ୍ରାମାଞ୍ଚଳର ହୋଇଥିବାରୁ ଏଠାରେ ଅଧିକାଂଶ ସମୟରେ ନେଟଓ୍ୱାର୍କ ଉପଲବ୍ଧ ହୁଏନି ।

wp:gallery {"ids":[478314],"linkTo":"none"} /wp:gallery

ସେ ସବୁ ଦୃଷ୍ଟିରେ ରଖି ଶିକକ୍ଷମାନେ ଛାତ୍ରମାନଙ୍କୁ ସାହାଯ୍ୟ କରିବା ଆଗେଇ ଆସିଥିଲେ । କେବଳ ସାହାଯ୍ୟ ନୁହେଁ ମାଇଲ୍ ମାଇଲ ଦୂର ଯାଇ ପାଠ ବି ପଢାଉଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ଏମାନେ କୌଣସି ଗାଡି ବା କାର ଯାଉନାହାଁନ୍ତି ବରଂ ଓଟ ସାହାଯ୍ୟରେ ମରୁଭୂମି ପାର କରି ଛାତ୍ରଛାତ୍ରୀଙ୍କ ଘରକୁ ଯାଉଛନତି । ଦିନିକୁ ୩ଥର ଶିକ୍ଷକମାନେ ବାରମେର ଜିଲ୍ଲାର ବିଦ୍ୟାଳୟରେ ପହଞ୍ଚି ପିଲାଙ୍କୁ ପାଠ ପଢାଇଥାନ୍ତି ।

wp:html /wp:html

ରାଜସ୍ଥାନ ଶିକ୍ଷା ବିଭାଗର ନିର୍ଦ୍ଦେଶକ ସୌରଭ ସ୍ୱାମୀ କୁହନ୍ତି ରାଜସ୍ଥାନରେ ପ୍ରାୟ "୭୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକଙ୍କର ମୋବାଇଲ୍ ଫୋନ୍ ନାହିଁ । ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଶିକ୍ଷକମାନେ ସପ୍ତାହରେ ଥରେ ପ୍ରଥମରୁ ଅଷ୍ଟମ ଓ ସପ୍ତାହକୁ ୨ ଥର ନବରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢାଯିବ । ଆଉ ଶିକ୍ଷକମାନଙ୍କ ଏପରି ମହତ ଉଦ୍ୟମକୁ ବିଦ୍ୟାଳୟ ପ୍ରଶାସନ ମଧ୍ୟ ପ୍ରଶଂସା କରୁଛନ୍ତି ।

ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭୀମଥଲ, ରୁପ ସିଂ ଝାକଡର କହିଛନ୍ତି, ଛାତ୍ରଛାତ୍ରୀମାନେ କିପରି ନିୟମିତ ପାଠପଢାରୁ ବଞ୍ଚିତ ନହେବେ ସେନେଇ କଠିନ ପରିଶ୍ରମ କରୁଛନ୍ତି ଶିକ୍ଷକ । ସେଥିମଧ୍ୟରୁ କେତେଜଣ ମୁକନାରାମ ଢାକା, ବିହାରୀଲାଲ୍ ଢାକା, ଏବଂ ବୀରମରାମ ବାନା ଏମାନଙ୍କ ଭଳି ଆମେ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଛୁ । ଭୀମଥାଲ ସରକାରୀ ଉଚ୍ଚ ସିନିୟର ସ୍କୁଲର ପ୍ରଧାନଶିକ୍ଷକ ରୂପ ସିଂ ଝାକଡ କହିଛନ୍ତି, "ମୁଁ ଏହି ଶିକ୍ଷକଙ୍କୁ ନମସ୍କାର ଓ ଅଶେଷ ଧନ୍ୟବାଦ ଜଣାଉଛି । ଆଗକୁ ଏମିତି ପ୍ରୟାସ ଜାରି ରଖିବାକୁ ସେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.