ଷ୍ଟିଭ ସ୍ମିଥ୍‌ଙ୍କ ଅଧିନାୟକତ୍ଵ ଇନିଂସ, ବେଙ୍ଗାଲୁରୁକୁ ୧୭୮ ରନର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ ରୟାଲ୍ସ

Published By : Prameya-News7 Bureau | October 17, 2020 IST

ଦୁବାଇ ୧୭।୧୦: ଅଧିନାୟକ ଷ୍ଟିଭେନ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଆଇପିଏଲର ୩୩ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ୧୭୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ସ୍ମିଥଙ୍କ ୫୭ ରନ ଏବଂ ରୋବିନ ଉଥପ୍ପାଙ୍କ ୪୧ ରନ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୭ ରନ କରିଛି। ବେଙ୍ଗାଲୁରୁ ପକ୍ଷରୁ ସଫଳ ବୋଲର ଭାବେ କ୍ରିସ୍ ମରିସ୍ ୪ ଓ୍ଵିକେଟ୍ ନେଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ରୟାଲ୍ସକୁ ଓପନର ବେନ ଷ୍ଟୋକ୍ସ ଓ ଚଳିତ ସଂସ୍କରଣରେ ପ୍ରଥମ ଥର ଓପନିଂ ସୁଯୋଗ ପାଇଥିବା ରବିନ ଉଥପ୍ପା ଦଳକୁ ଭଲ  ଆରମ୍ଭ ଦେଇଥିଲେ। ପ୍ରଥମ ଓ୍ଵିକେଟ୍‌ରେ ଦୁଇ ବ୍ୟାଟସମ୍ୟାନ ୫.୪ ଓଭରରେ ୫୦ ରନ ଯୋଡିଥିଲେ। ବେନ ଷ୍ଟୋକ୍ସ ୧୫ ରନ କରି ଆଉଟ୍  ହୋଇଥିଲେ। ରବିନ ଉଥପ୍ପା ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲରୁ ୭ ଚୌକା ଓ ୧ ଛକା ସହ ୪୧ ରନ କରିଥିଲେ। ଏହା ପରେ ସଞ୍ଜୁ ସାମସନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୯ ରନ କରି ବିଦାୟ ନେଇଥିଲେ।

{"id":346161,"sizeSlug":"large"}

୬୯ ରନରେ ୩ ଓ୍ଵିକେଟ୍ ହରାଇବାପରେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଜୋସ୍ ବଟଲର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୫୮ ରନ ଯୋଡିଥିଲେ। ବଟଲର ୨୪ ରନ କରି କ୍ରିସ ମରିସଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଅନ୍ୟପଟେ ଅଧିନାୟକ ଇନିଂସ ଖେଳି ସ୍ମିଥ୍ ଆଇପିଏଲରେ ୧୧ତମ ଅର୍ଦ୍ଧଶତକ ପୂରଣ କରିଥିଲେ।

{"id":346162,"sizeSlug":"large"}

ସ୍ମିଥ୍ ଚତୁର୍ଥ ଓ୍ଵିକେଟ୍‌ରେ ରାହୁଲ ତେଓ୍ଵତିଆଙ୍କ ସହ ମିଶି ୪୬ ରନ ଯୋଡି ଦଳର ସ୍କୋରକୁ ୧୭୩ରେ ପହଞ୍ଚାଇଥିଲେ। ସ୍ମିଥ୍ ଦମଦାର ବ୍ୟାଟିଂ କରି ୩୬ ବଲରୁ ୬ ଚୌକା ଓ ୧ ଛକା ସହ ୫୭ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ରାହୁଲ ତେଓ୍ଵତିଆ ୧୧ ବଲରୁ ୧ ଚୌକା ଓ ୧ ଛକା ସହ ୧୯ ରନ କରି ଅପରାଜିତ ଥିଲେ। ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୭ ରନ କରିଥିଲା।

ବେଙ୍ଗାଲୁରୁ ପକ୍ଷରୁ କ୍ରିସ ମରିସ୍ ୨୬ ରନ ଦେଇ ୪ ସଫଳତା ପାଇଥିଲେ। ୟୁଜବେନ୍ଦ୍ର ଚହଲ ୨ଟି ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.