Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦିଲ୍ଲୀର ବିଜୟଧାରା ଅବ୍ୟାହତ, ୪୬ ରନରେ ହାରିଲା ରାଜସ୍ଥାନ ରୟାଲ୍ସ

9/10/2020 at 11:33 PM

ଦୁବାଇ, ୦୯|୧୦: ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ୪୬ ରନରେ ବିଜୟ ଲାଭ କରିଛି । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୩୮ ରନରେ ଅଟକି ଯାଇଥିଲା ।

ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ନିରାଶଜନକ ଥିଲା। ନିଜର ଖରାପ ଫର୍ମ ଜାରି ରଖି ଶିଖର ଧାଓ୍ଵନ ମାତ୍ର ୫ ରନ କରି ଜୋଫ୍ରା ଆର୍ଚର ବଲରେ ଆଉଟ୍ ହୋଇଥିଲେ। ୧୨ ରନରେ ପ୍ରଥମ ଓ୍ଵିକେଟ୍ ହରାଇବା ପରେ ଦଳ ୪୨ ରନ ସ୍କୋରରେ ପୃଥ୍ଵୀ ସଙ୍କ ଓ୍ଵିକେଟ୍ ହରାଇଥିଲା। ସ ୧୦ ବଲରୁ ୨ ଚୌକା ଓ ୧ ଛକା ସହ ୧୯ ରନ କରିଥିଲେ। ହେଲେ ଅଧିନାୟକ ଶ୍ରେୟସ ଆୟର ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ଆୟର ୧୮ ବଲରୁ ୪ ଚୌକା ସହ ୨୨ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ମଧ୍ୟ ଆୟରଙ୍କ ପରି ରନ ଆଉଟ୍ ହୋଇଥିଲା ।

ଦମଦାର ଫର୍ମରେ ଥିବା ମାର୍କସ୍ ଷ୍ଟୋଇନିସ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ୧୦୯ ରନ ସ୍କୋରରେ ମାର୍କସ ଷ୍ଟୋଇନିସ ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ୩୦ ବଲରୁ ୪ ଛକା ସହ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ସିମରନ ହେଟମାୟର ଦଳର ସ୍କୋରକୁ ୧୫୦ ପହଞ୍ଚାଇଥିଲେ। ହେଟ୍ ମାୟର ଦ୍ରୁତ ବ୍ୟାଟିଂ କରି ୨୪ ବଲରୁ ୧ ଚୌକା ଓ ୫ ଛକା ସହ ୪୫ ରନ କରିଥିଲେ। ଶେଷ ଆଡକୁ ହର୍ଷଲ ପଟେଲ ୧୬ ଓ ଅକ୍ଷର ପଟେଲ ୧୭ ରନ କରି ଆଉଟ୍ ହୋଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ରାଜସ୍ଥାନ ରୟାଲ୍ସ ତରଫରୁ ଜୋଫ୍ରା ଆର୍ଚର ୨୩ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। କାର୍ତ୍ତିକ ତ୍ୟାଗୀ, ରାହୁଲ ତେଓ୍ଵତିଆ ଓ ଆଣ୍ଡ୍ର୍ୟୁ ଟାଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ସଅଳ ଓ୍ୱିକେଟ୍ ହରାଇଥିଲା । ଜୋସ ବଟଲର୍ ୧୩ ରନ୍ କିର ଆଉଟ ହୋଇଥିଲେ । ଏହାପରେ ଷ୍ଟିଭ୍ ସ୍ମିଥ୍ ଓ ସଞ୍ଜୁ ସାମସନ୍ ଆଉଟ ହୋଇଥିଲେ । ଷ୍ଟିଭ୍ ୨୪ ରନ୍ କରିଥିଲେ । ଓପନର୍ କିନ୍ତୁ ଜଶସ୍ୱୀ ଜୈଶ୍ୱାଲ ଭଲ ଆରମ୍ଭ କରିଥିଲେ । ତେବେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ତେବେ ସେ ୩୪ ରନରେ ଆଉଟ ହୋଇଥିଲେ । ଏହାପରେ ଦଳ କ୍ରମାଗ୍ରତ ଭାବେ ଓ୍ୱିକେଟ୍ ହରାଇଥିଲା । ଫଳରେ ଦଳ ୧୯.୪ ଓଭରରେ ୧୩୮ ରନ୍ କରି ଅଟକି ଯାଇଥିଲା ।
ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମାର୍କସ ଷ୍ଟୋଇନ୍ସ ଓ ଆର ଅଶ୍ୱିନୀ ୨ଟି ଓ୍ୱିକେଟ୍ ଓ ଆନରିଚ୍ ନୋର୍ଟଜେ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

   Related Posts