ଟ୍ରକ ଓ ଜିପ୍‌ ମଧ୍ୟରେ ଧକ୍କା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ

Published By : Prameya-News7 Bureau | February 21, 2020 IST

ହନୁମାନଗଡ ୨୧।୦୨:  ରାଜସ୍ଥାନ ପୁରବସର ବସ୍‌ ଷ୍ଟାଣ୍ଡ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଟ୍ରକ-ଜିପ୍‌ ମଧ୍ୟରେ ଜୋରଦାର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଆହତ ହୋଇଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ରାବତସର ତହସିଲ ନିବାସୀ ପୁରବସର ସତସଙ୍କରେ ଯୋଗଦେବା ପାଇଁ ଯାଇଥିଲେ । ତେବେ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ଘରକୁ ଫେରୁଥିଲେ । ତେବେ ଫେରୁଥିବା ସମୟରେ ହୁମାନଗଡ-କିଶାନଗଡ ହାଇଓ୍ବା ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣାରେ ଭୟଙ୍କର ଥିଲା ଯେ, ଜିପ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଟ୍ରକ ସହ ଧକ୍କା ହେବା ଫଳରେ ଜିପ୍‌ରେ ଥିବା ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଶିଶୁ ଆହତ ହୋଇଛନ୍ତି । ଆହତ ଶିଶୁକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ସମସ୍ତ ମୃତକଙ୍କ ଶବକୁ ନିକଟସ୍ଥ ମେଡିକାଲକୁ ପଠାଇଛି । ଘଟଣାସ୍ଥଳରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.