Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଧକ୍କା ଦେଇ ଜିପ୍‌ ଉପରେ ଚଢିଗଲା ଟ୍ରକ : ୧୧ମୃତ, ୩ ଆହତ

14/03/2020 at 10:15 AM

ଯୋଧପୁର ୧୪।୦୩: ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଟ୍ରକ-ଜିପ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ହବେଳେ ତିନିଜଣ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ସକାଳ ସମୟରେ ରାଜସ୍ଥାନ ଯୋଧପୁର ଜିଲ୍ଲା ବାଲେତରା-ଫୌଲେଦି ରାଜମାର୍ଗରେ ଜିପ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ . ଛଅଜଣ ମହିଳା ଏବଂ ଜଣେ ଶିଶୁ ଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ନବବିବାହିତ ଦମ୍ପତି ଥିଲେ ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣାର ଖବର ପାଇ ପୋଲିସ ଓ ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରୁ କ୍ରେନ୍ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଦୁଇଟ ଗାଡିକୁ ଛିଡା କରିଛି । ଏବଂ ଆହତଙ୍କ ଗାଡି ମଧ୍ୟରୁ ବାହାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଆହତଙ୍କ ମଧ୍ୟରେ କେତେଜଣ ଗୁରୁତର ଥିବା ଜଣାପଡିଛି ।

   Related Posts