ହାଇକୋର୍ଟ ଗଲେ ସଚିନ୍ ପାଇଲଟ୍ : ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ପାଇଲଟ କ୍ୟାମ୍ପର ୧୮ ବିଧାୟକ, ଅପରାହ୍ନ ୩ଟାରେ ଜରୁରୀ ଶୁଣାଣି

Published By : Prameya-News7 Bureau | July 16, 2020 IST

ଜୟପୁର ୧୬ : ରାଜସ୍ଥାନ ରାଜନୈତିକ ମୈଦାନରେ ଲଗାତାର ଉଠବସ ଜାରି ରହିଛି | ସଚିନ ପାଇଲଟ ଓ ସମର୍ଥକ ବିଧାୟକ ବାଚସ୍ପତିଙ୍କ ତରଫରୁ ପଠାଯାଇଥିବା ଅଯୋଗ୍ୟତା ନୋଟିସକୁ ନେଇ ରାଜସ୍ଥାନ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ଗୁରୁବାର ଅପରାହ୍ନ ୩ଟାରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଅଛି | 

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ତାଙ୍କ ପ୍ରତିଦ୍ବନ୍ଦୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଏକ ବଡ ଅପଡେଟ ସାମ୍ନାକୁ ଆସିଛି | ସୂତ୍ର ଅନୁଯାୟୀ, ପାଇଲଟଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ବନ୍ଧକ କରିବାକୁ ଯୋଜନା ହେଉଥିବା ନେଇ ମାମଲା ରୁଜ୍ଜୁ ହୋଇପାରେ |  ପାଇଲଟଙ୍କ ସମର୍ଥନରେ ଥିବା ବାଗୀ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକଙ୍କ ପରିଜନ ଏହି ମାମଲାକୁ ନେଇ ଏଗାଇଆର ରୁଜ୍ଜୁ କରିପାରନ୍ତି | ଜୟପୁରରୁ ଆଉ ୩ଜଣ ବିଧାୟକ ପାଇଲଟଙ୍କୁ ସପକ୍ଷରେ ବାହାରିଥିବା ଜଣାପଡିଛି |

ସୂତ୍ର ଅନୁସାରେ, ବିଧାୟକଙ୍କୁ ବନ୍ଧକ କରିବା ମାମଲାରେ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ ଦାଏର ହୋଇପାରେ ବୋଲି ଚର୍ଚ୍ଚା ହେଉଛି | ଶାସନରେ ଥିବା ରଣନୀତିକାର, ବିଧାୟକଙ୍କୁ ବନ୍ଧକ କରିବାର ଆରୋପରେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ ଦାଏର କରିବାକୁ ବିଚାର କରୁଛନ୍ତି | ତେବେ ପାଇଲଟଙ୍କ ସମର୍ଥନରେ କେଉଁ କେଉଁ ବିଧାୟକ ଅଛନ୍ତି ତାଙ୍କ ନାଁ ସାମ୍ନାକୁ ଆସିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.