ପାଇଲଟ୍ କ୍ୟାମ୍ପକୁ ଆଶ୍ୱସ୍ତି, ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ବାଚସ୍ପତି ନେଇପାରିବେ ନାହିଁ କିଛି ବି ଆକ୍ସନ୍

Published By : Prameya-News7 Bureau | July 21, 2020 IST

ଜୟପୁର, ୨୧|୦୭: ରାଜସ୍ଥାନରେ ଚାଲିଥିବା ପଲିଟିକାଲ ଡ୍ରାମା ମଧ୍ୟରେ ହାଇକୋର୍ଟ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ଜୁଲାଇ ୨୪ ଯାଏଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବିଧାନସଭାର ବାଚସ୍ପତି ସିପି ଯୋଶୀଙ୍କୁ ଆସନ୍ତା ୨୪ ତାରିଖ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି । ଶୁକ୍ରବାର ହିଁ କୋର୍ଟ ନିଷ୍ପତ୍ତି ଶୁଣାଇବେ ।

ସଚନିଙ୍କ ସମର୍ଥକ ବିଧାୟକମାନେ ବିଧାନସଭା ବାଚସ୍ପତିଙ୍କ ନୋଟିସ୍ ବିରୋଧରେ ଆବେଦନ କରିଥିଲେ । ଗତ ଶୁକ୍ରବାର ଏହି ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଯାଇଥିଲା । ମଙ୍ଗଳବାର ଉଭୟ ପକ୍ଷ ନିଜର ଦଲିଲ ଉପସ୍ଥାପନ କରିଥିଲେ । ଦିନ ୧୨ଟାରେ ହିଁ ଶୁଣାଣି ଶେଷ ହୋଇଥିଲା ।

ଏହାମଧ୍ୟରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ ହେବ । ଏଥିରେ ରାଜ୍ୟରେ କରୋନା ସ୍ଥିତି, ଆର୍ଥିକ ସ୍ଥିତି ଓ ସାମାଜିକ ଯୋଜନା ବାବଦରେ ଆଲୋଚନା ହେବ । ପୂର୍ବରୁ ଦ୍ୱିପ୍ରହରରେ ଜୟପୁରର ଏକ ହୋଟେଲରେ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ  ମୁଖ୍ୟମନ୍ତ୍ରୀ ସାମିଲ ଥିଲେ ।  ସରକାରର ସମସ୍ତ ମନ୍ତ୍ରୀ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ସଚିନ ପାଇଲଟ ବିଦ୍ରୋହୀ ହେବା ପରେ ରାଜସ୍ଥାନରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ସଚିନଙ୍କ ସମର୍ଥନରେ ପ୍ରାୟ ୧୮ ବିଧାୟକ ରହିଛନ୍ତି । ଏହି ବିଧାୟକଙ୍କ ବିରୋଧରେ କଂଗ୍ରେସ କାର୍ଯାନୁଷ୍ଠାନ ସ୍ୱରୁପ ନୋଟିସ୍ ପଠାଇଛି । ସଚିନ ବିଜେପିକୁ ସମର୍ଥନ କରୁଥିବା ଓ ତାଙ୍କୁ ଅନେକ କିଛି ଦେଇଥିବା ବେଳେ ସେ ଦଳକୁ ଧୋକା ଦେଇଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.