Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ରାଜସ୍ଥାନରେ ଖୁବ୍ ଶୀଘ୍ର କ୍ୟାବିନେଟ୍ ଅଦଳବଦଳ : ପାଇଲଟ୍ ଗୋଷ୍ଠୀ ହେବେ ଶକ୍ତିଶାଳୀ, ସୋନିଆଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର୍

13/11/2021 at 8:25 AM

ଜୟପୁର, ୧୩/୧୧:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମନ୍ତ୍ରୀମଣ୍ଡଳରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଏହାମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । ଏଥିରୁ ମନ୍ତ୍ରୀମଣ୍ଡଳରେ ଅତିଶୀଘ୍ର ପରିବର୍ତ୍ତନ ହେବା ସ୍ପଷ୍ଟ ହୋଇଛି । ଏଥିରେ ପାଇଲଟ ସମର୍ଥକଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ସୂଚନା ମିଳିଛି ।

ସୋନିଆଙ୍କୁ ଭେଟିବା ପରେ ସଚିନ ଖୁବ୍ ସନ୍ତୁଷ୍ଟ ନଜର ଆସିଥିଲେ । ଏହାପରେ ସେ କହିଥିଲେ ଯେ, ରାଜସ୍ଥାନ ସରକାର, ସଙ୍ଗଠନ ତଥା ରାଜନୈତିକ ସ୍ଥିତି ଉପରେ ସୋନିଆଙ୍କ ସହ ଆଲୋଚନା ହୋଇଛି । ସେ ନିଜର ପ୍ରସଙ୍କ ଅଧ୍ୟକ୍ଷାଙ୍କ ସାମ୍ନାରେ ରଖିଥିଲେ ।

ପାଇଲଟ ଆହୁରି କହିଛନ୍ତି ଯେ,  ମନ୍ତ୍ରୀମଣ୍ଡଶ ସମ୍ପ୍ରସାରଣରେ ବିଳମ୍ବ ହେଉଛି । କିନ୍ତୁ  ରାଜ୍ୟ ପ୍ରଭାରୀ ଅଜୟ ମାକନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହ ମିଶି ନିଷ୍ପତ୍ତି ନେବେ । ଆଶନ୍ତା ମାର୍ଚ୍ଚ ୨୨ରେ ନିର୍ବାଚନ ହେବ । ସେମାନେ ବିଜୟ ଉପରେ ଫୋକସ୍ କରୁଛନ୍ତି । ଏହାସହ ସେ ଗୁରୁବାର ଅଶୋକ ଗେହଲଟଙ୍କ ସହ ମଧ୍ୟ କଥା ହୋଇଥିଲେ ।

ଦଳର ରାଜସ୍ଥାନରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ଫର୍ମୁଲା ଲାଗୁ କରିପାରେ । ରାଜସ୍ଥାନର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିପାରେ ବୋଲି ସୂଚନା ମିଳୁଛି ।

   Related Posts