Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଏସିସ୍‌ରେ ଏଣ୍ଟ୍ରି କଲେ ପ୍ରିୟଙ୍କା: ସରକାର ରହିଗଲା, ଏବେ ପରିବାରକୁ ଏକାଠି ରଖିବାକୁ ଅଣ୍ଟା ଭିଡିଲା କଂଗ୍ରେସ, ପାଇଲଟଙ୍କୁ ମନାଇବାକୁ ଉଦ୍ୟମ

13/07/2020 at 1:57 PM

ଜୟପୁର, ୧୩।୦୭:  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରୁ ବିପଦ ଧିରେଧିରେ ଟଳୁଥିବା ଦେଖିବାକୁ ମିଳିଛି । ବିଧାୟକ ଦଳ ବୈଠକ ପରେ ଗେହଲଟ ଗଣମାଧ୍ୟମ ସାମ୍ନାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଅଶୋକ ଗେହଲଟଙ୍କ ସନ୍ଦେଶରୁ ତାଙ୍କ ପାଖରେ ବହୁମତ ଥିବା ସ୍ପଷ୍ଟ ହୋଇଛି । ଏହାସହ ସଚିନ ପାଇଲଟଙ୍କ ସମସ୍ତ ଦାବି ଭୁଲ ପ୍ରମାଣିତ ହେବାରେ ଲାଗିଛି । ଏବେ ସଚିନ ପାଇଲଟ କଣ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସଚିନ ୨୫ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି ।

କଂଗ୍ରେସ ମାହସଚିବ ପ୍ରିୟଙ୍କା ଗାନ୍ଧୀ ନିଜେ ଏହି ମାମଲାରେ ହସ୍ତକ୍ଷେପ କରିଥିବା ସୂଚନା ମିଳିଛି । ସେ ଉଭୟ ଗେହଲଟ୍ ଓ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି । ଜୟପୁରରେ ପୁଣି ସଚିନଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ସକାଳେ କଂଗ୍ରେସ ଭବନରୁ ପୋଷ୍ଟରଗୁଡିକୁ ହଟାଇ ଦିଆଯାଇଥିଲା ।

ଅଶୋକ ଗେହଲଟ ଦିନ ପ୍ରାୟ ୧ଟା ବେଳେ ଗଣମାଧ୍ୟମ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ନିକଟରେ ୧୦୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଥିଲା । ଏହି ସମୟରେ ଗେହଲଟ୍ ମିଡିଆ ଆଗରେ ବିଜୟର ସଙ୍କେତ ଦେଖାଇଥିଲେ ।

ଏହାପୂର୍ବରୁ ସଚିନ ଦାବି କରିଥିଲେ ଯେ, ତାଙ୍କ ପାଖରେ ୨୫ଜଣ ବିଧାୟକ ରହିଛନ୍ତି । ସେ ବିଧାୟକ ଦଳ ବୈଠକରେ ସାମିଲ ହେବେନାହିଁ ବୋଲି ସ୍ପଷ୍ଟ କରିଥିଲେ । ଅନ୍ୟପଟେ ଗେହଲଟ ୧୦୨ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଦାବି କରିଥିଲେ ।

   Related Posts