Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

ରାଜସ୍ଥାନ ରାଜନୈତିକ ସଙ୍କଟ: କଣ ହେବ ଗେହଲଟଙ୍କ ଅବସ୍ଥା ? ଫୋନ୍ ଉଠାଉ ନାହାନ୍ତି ସଚିନ ପାଇଲଟ୍, ବିଜେପିର ନୀତି ଓ୍ଵେଟ୍ ଆଣ୍ଡ ଓ୍ଵାଚ୍

12/07/2020 at 4:34 PM

ନୂଆଦିଲ୍ଲୀ/ଜୟପୁର ୧୨।୦୭: ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ କଂଗ୍ରେସର ଅଡୁଆ ବଢିବାରେ ଲାଗିଛି। କମଲନାଥ ଓ ଜ୍ୟୋତିରାଦିତ୍ୟ ପରି ଫାଟ ଏବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ରହିଛି। ସଚିନ ପାଇଲଟ୍‌ଙ୍କ ବିଦ୍ରୋହୀ ଆଭିମୁଖ୍ୟ ଜୟପୁରଠୁ ନେଇ ଦିଲ୍ଲୀ ରାଜନୀତିକୁ ସରଗରମ କରିଛି। ପାଇଲଟ୍‌ ନିଜର ବିଧାୟକଙ୍କ ସହିତ ଦିଲ୍ଲୀରେ ଡେରା ପକାଇଛନ୍ତି। ତାଙ୍କ ସହିତ ୨୩ ରୁ ୨୪ ବିଧାୟକ ଥିବା କୁହାଯାଉଛି। ଅନ୍ୟପଟେ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଶନିବାର ରାତିଠୁ ବିଧାୟକ, ନେତାଙ୍କ ସହିତ ମାରାଥନ ବୈଠକ ଜାରି ରହିଛି। ଗେହଲଟ ଏବଂ ପାଇଲଟ୍‌ଙ୍କ ମଧ୍ୟରେ ଜାରି ମତଭେଦ ଏବେ ଆର କିମ୍ବା ପାର ହେବାକୁ ଯାଉଛି। ଏବେ ମାମଲା ରାଜ୍ୟସ୍ତରରୁ ଉପରକୁ ଯାଇ ସାରିଛି। ଯଦି ଦଳୀୟ ହାଇକମାଣ୍ଡ ସମୟ ପୂର୍ବରୁ ହସ୍ତକ୍ଷେପ ନକରନ୍ତି ତେବେ ରାଜ୍ୟରେ କଂଗ୍ରେସ ଭିତରେ ଜାରି କ୍ଷମତା ସଂଘର୍ଷ ପାର୍ଟି ପାଇଁ ମହଙ୍ଗା ପଡିପାରେ। ଅନ୍ୟପକ୍ଷେ ବିଜେପି ପୂରା ଘଟଣାକ୍ରମକୁ କଂଗ୍ରେସର ଏହା ଆଭ୍ୟନ୍ତରୀଣ କନ୍ଦଳ କହି ଏଥିରେ ତାର କୌଣସି ସଂପର୍କ ନଥିବା କହିଛି।  ବିଜେପି ସଂପ୍ରତି ଦେଖ ଏବଂ ଅପେକ୍ଷା କର ନୀତି ଆପଣାଇଛି।

କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ରତର

୨୦୧୮ରେ ଗେହଲଟ ସରକାର ଗଠନ ହେବା ପରଠୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମତଭେଦର ଖବର ସର୍ବଦା ଖବର କାଗଜର ଶିରୋନାମା ପାଲଟିଛି। ଗତ ମାସରେ ରାଜ୍ୟସଭା ନିର୍ବାଚନ ପରଠୁ ରାଜ୍ୟ ରାଜନୀତି କଡ ଲେଉଟେଇଛି। ଗେହଲଟ ଓ ପାଇଲଟ୍‌ଙ୍କ ମଧ୍ୟରେ ଫାଟ ଅଧିକ ବଢିବାରେ ଲାଗିଛି। ଏଥର ଦୁଇ ନେତାଙ୍କ ମଧ୍ୟରେ କ୍ଷମତା ପାଇଁ ଚାଲିଥିବା ଟଣାଓଟରା କେତେ ଗମ୍ଭୀର ରହିଛି, ତାହା ବରିଷ୍ଠ ନେତା କପିଲ୍ ସିବ୍ବଲଙ୍କ ଟ୍ଵିଟ୍‌ରୁ ଅନୁମାନ କରାଯାଇ ପାରୁଛି। ସେ ଚିନ୍ତା ପ୍ରକାଶ କରି ଇସାରା ଇସାରାରେ ସତର୍କ କରାଇଛନ୍ତି ଯେ, ରାଜ୍ୟରେ ବିଧାୟକଙ୍କ ଘୋଡା ବେପାର ହେବା ପରେ ପାର୍ଟି କଣ ଜାଗିବ।

ପୋଲିସ୍‌ ନୋଟିସ୍‌ରେ ବଢିଲା ପାଇଲଟ୍‌ଙ୍କ ଅସନ୍ତୋଷ

ସଚିନ୍‌ ପାଇଲଟ୍ ନିଜର ବିଧାୟକ ଗୋଷ୍ଠୀଙ୍କୁ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି। କୁହାଯାଉଛି ଯେ, ଗେହଲଟ ସରକାରଙ୍କୁ ଅସ୍ଥିର କରିବା ମାମଲାରେ ବୟାନ ରେକର୍ଡ ନିମନ୍ତେ ତାଙ୍କ ପାଖକୁ ନୋଟିସ୍‌ ମିଳିବା ନେଇ ସଚିନ ପାଇଲଟ୍‌ଙ୍କ କ୍ଷୁବ୍ଧ ଅଛନ୍ତି। କିନ୍ତୁ ଏହି ନୋଟିସ୍‌ ଗେହଲଟଙ୍କୁ ମଧ୍ୟ ମିଳିଛି। ଏହା ମଧ୍ୟ ଏକ ବିରଳ ଘଟଣା ଯେ, କୌଣସି ରାଜ୍ୟର ପୋଲିସ୍ ବୟାନ ରେକର୍ଡ ପାଇଁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍‌ ପଠାଇଛି। ନୋଟିସ୍‌କୁ ନେଇ ପାଇଲଟ୍‌ ଗୋଷ୍ଠୀଙ୍କୁ ଲାଗୁଛି ଯେ, ମୁଖ୍ୟମନ୍ତ୍ରୀ ଏବେ ପୋଲିସ୍‌କୁ ଏକ ହତିଆର ଭାବେ ବ୍ୟବହାର କରୁଛି।

 ନେତାଙ୍କ ଫୋନ୍ ଉଠାଉ ନାହାନ୍ତି ପାଇଲଟ୍‌

ପାଇଲଟଙ୍କ ଗୋଷ୍ଠୀ ୨୫ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛି। ସଂପ୍ରତି ସଚିନ୍ ପାଇଲଟ୍‌ ଦିଲ୍ଲୀରେ ଅଛନ୍ତି ଏବଂ ତାଙ୍କ ଗୋଷ୍ଠୀର ବିଧାୟକ ଅଲଗା ଅଲଗା ଜାଗାରେ ଡେରା ପକାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ବିଧାୟକ ଗୁଡଗାଓଁର ଆଇଟିସି ଗ୍ରାଣ୍ଡ ହୋଟେଲ୍‌ରେ ରହିଥିବା ବେଳେ ଆଉ କିଛି ଦିଲ୍ଲୀର ଆଇଟିସି ମୌର୍ଯ୍ୟରେ ରହିଛନ୍ତି। ପାଇଲଟ୍‌ଙ୍କ ପରି ତାଙ୍କ ସମର୍ଥକ ବିଧାୟକ ମଧ୍ୟ ଗେହଲଟ୍‌ଙ୍କ ଗୋଷ୍ଠୀଙ୍କଠୁ ଦୂରରେ ଅଛନ୍ତି। ଅନେକ ବିଧାୟକଙ୍କ ଫୋନ ସୁଇଚ୍‌ ଅଫ ରହିଛି। ପାଇଲଟ୍‌ ମଧ୍ୟ କୌଣସି କଂଗ୍ରେସ ନେତାଙ୍କ ଫୋନ୍ ଉଠାଉ ନାହାନ୍ତି। ପାର୍ଟିରେ ନିଜ ସାଥୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି। ଏଥିରୁ ପାଇଲଟ୍‌ଙ୍କ ବିଦ୍ରୋହ ସ୍ପଷ୍ଟ ନଜର ଆସୁଛି।

ହାଇକମାଣ୍ଡଙ୍କ ତୁରନ୍ତ ପଦକ୍ଷେପ ଚାହୁଁଛନ୍ତି ପାଇଲଟ୍‌ ?

ପାଇଲଟ୍‌ ଶନିବାର କଂଗ୍ରେସର ବରିଷ୍ଠ ନେତା ତଥା ସୋନିଆ ଗାନ୍ଧୀଙ୍କ ନିକଟତର ଅହମ୍ମଦ ପଟେଲଙ୍କୁ ଭେଟିଥିଲେ। କିଛି ରିପୋର୍ଟରେ କୁହାଯାଇଛି ଯେ, ପାଇଲଟ୍‌ ଦିଲ୍ଲୀର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ଆସିଛନ୍ତି ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ପାଇଲଟ୍‌ଙ୍କ ସହିତ ତାଙ୍କ ଗୋଷ୍ଠୀର କିଛି ମନ୍ତ୍ରୀ ମଧ୍ୟ ଦିଲ୍ଲୀ ଆସିଛନ୍ତି। ପାଇଲଟ୍‌ ହାଇକମାଣ୍ଡଙ୍କ ତୁରନ୍ତ ହସ୍ତକ୍ଷେପ ଚାହୁଁଛନ୍ତି।

କଣ ହେବ ଗେହଲଟଙ୍କ ଅବସ୍ଥା ?

ରାଜନୈତିକ ଘଟଣାକ୍ରମରୁ ଏହା ସ୍ପଷ୍ଟ ଯେ, ରାଜସ୍ଥାନର ସାଂପ୍ରତିକ ରାଜନୈତିକ ସଙ୍କଟ ସଂପୂର୍ଣ୍ଣ ଭାବେ କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳର ପରିଣାମ। ଅନ୍ୟପଟେ ବିଜେପି ସ୍ଥିତିର ଫାଇଦା ଉଠାଇବାକୁ ଚାହିଁ  ବସିଛି। ମୁଖ୍ୟମନ୍ତ୍ରୀ ଗେହଲଟ ଶନିବାରଠୁ ଗୋଟିଏ ପରେ ଗୋଟିଏ ଘନ ଘନ ବୈଠକ କରି ଚାଲିଛନ୍ତି। ବିଧାୟକଙ୍କୁ ଏକଜୁଟ୍ ରଖିବା କାମ ଆରମ୍ଭ ହୋଇ ଯାଇଛି। ଗେହଲଟ ଗୋଷ୍ଠୀଙ୍କ ଦାବି, ତାଙ୍କ ପାଖରେ ୧୦୩ ବିଧାୟକଙ୍କ ସମର୍ଥନ ରହିଛି, ଯାହା ବହୁମତଠୁ ଅଧିକ?

   Related Posts