Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ରାଜସ୍ଥାନ ରାଜନୈତିକ ସଙ୍କଟ, ଟୋଙ୍କରେ ପାଇଲଟ୍‌ କହିଲେ- ସବୁ କିଛି ସାମ୍ନାକୁ ଆସିଯିବ

26/07/2021 at 5:55 PM

ଟୋଙ୍କ ୨୬/୭: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀରୁ ଜୟପୁର ପହଞ୍ଚିଥିଲେ ଦୁଇ ବରିଷ୍ଠ ନେତା। ଏହା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜ ବିଧାନସଭା କ୍ଷେତ୍ର ଟୋଙ୍କରେ ପହଞ୍ଚିଥିଲେ। ସେଠାରେ ସାମ୍ବାଦିକଙ୍କ ପ୍ରଶ୍ନରେ କେବଳ ଗୋଟିଏ ଜବାବ ଦେଇ ପାଇଲଟ କହିଥିଲେ, ପିସିସି ସହ ଆଲୋଚନା ପରେ ଅଜୟ ମାକନ ସବୁ କିଛି ବିସ୍ତୃତରେ କହିଛନ୍ତି । ଏବେ ମୋତେ ଅଧିକ କହିବାର ଆବଶ୍ୟକତା ନାହିଁ। ଯେଉଁ କଥା ପାର୍ଟି ପ୍ଲାଟଫର୍ମରେ ହେଉଛି ସେ ସବୁ ମିଡିଆରେ କହିବା ଜରୁରୀ ନୁହେଁ ବୋଲି ସେ କହିଥିଲେ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତିକୁ ନେଇ ସଚିନ ପାଇଲଟ କହିଥିଲେ, ସବୁ କିଛି ସାମ୍ନାକୁ ଆସିଯିବ। ରାଜସ୍ଥାନ କଂଗ୍ରେସରେ ସଂକଟ ଦେଖାଦେଇଥିବା ବେଳେ ଏହାର ସାମଧାନର ବାଟ ଖୋଜିବାକୁ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଦଳର ପ୍ରଦେଶ ପ୍ରଭାରୀ ଅଜୟ ମାକନ ଶନିବାର ଜୟପୁରରେ ପହଞ୍ଚିଥିଲେ । ଏହା ପରେ ରବିବାର ସେମାନେ ପିସିସିର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ପିସିସି ବୈଠକରେ ପାଇଲଟ ମଧ୍ୟ ସାମିଲ ହୋଇଥିଲେ।

ବୈଠକ ସାରି ପାଇଲଟ୍‌ ନିଜ ବିଧାନସଭା କ୍ଷେତ୍ର ଟୋଙ୍କ ଗସ୍ତ କରିଥିଲେ। ସେଠାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ରାଜ୍ୟ କଂଗ୍ରେସରେ ଅଦଳବଦଳ ଏବଂ ନିଜର ଡିମାଣ୍ଡକୁ ନେଇ ପାଇଲଟ କହିଥିଲେ, ସବୁ କିଛି ସାମ୍ନାକୁ ଆସିଯିବ। ଏହା ସହ ଟୋଙ୍କରେ ସଚିନ ପାଇଲଟ୍‌ ବିଭିନ୍ନ ସରକାରୀ ଯୋଜନା ଏବଂ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ଅନ୍ୟପଟେ ଭ୍ୟାକସିନ୍‌ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ସଚିନ ପାଇଲଟ୍‌ ।

   Related Posts