Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ସରକାର ଭାଙ୍ଗିବାକୁ ଲାଗି ପଡିଥିଲେ ପାଇଲଟ୍, ମୋ ପାଖରେ ପ୍ରମାଣ ଅଛି: ଗେହଲଟ

15/07/2020 at 4:31 PM

ଜୟପୁର ୧୫।୦୭: ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କ ବିଦ୍ରୋହକୁ ନେଇ ବୁଧବାର ନିଜର କ୍ରୋଧ ଜାହିର କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ବିଜେପି ବିଧାୟକଙ୍କ ଘୋଡା ବେପାର କରି ସରକାର ଭାଙ୍ଗିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି। ଆମର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜେ ବିଜେପି ସହ ମିଶି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ୨୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହାର ପ୍ରମାଣ ମୋ ପାଖରେ ଅଛି ବୋଲି ଗେହଲଟ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଗେହଲଟ କହିଛନ୍ତି ତାହା ଷଡଯନ୍ତ୍ରର ଏକ ପାର୍ଟ ଥିଲା ଏବଂ ସଚିନ ପାଇଲଟ ଏହାର ନେତୃତ୍ଵ ନେଇଥିଲେ। ସଚିନ ପାଇଲଟଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଗେହଲଟ କହିଛନ୍ତି, ପୂର୍ବରୁ ମଧ୍ୟ ଆମକୁ ନିଜର ବିଧାୟକଙ୍କୁ ୧୦ ଦିନ ପର୍ଯ୍ୟନ୍ତ ହୋଟେଲ୍‌ରେ ରଖିବାକୁ ପଡିଥିଲା। ଯଦି ସେହି ସମୟରେ ରଖିନଥାନ୍ତୁ ତେବେ ଆଜି ମାନେସରରେ ଯେଉଁ ଖେଳ ହୋଇଛି ତାହା ସେହି ସମୟରେ ହୋଇଥାନ୍ତା।

ଗେହଲଟ ଏହା ମଧ୍ୟ କହିଛନ୍ତି ଆମର ଉପ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ କିଣାବିକା ସଂପର୍କିତ ତଥ୍ୟ ମଗାଗଲା ତ ଏବେ ସେ ସଫେଇ ଦେଉଛନ୍ତି। ଖୋଦ୍ ସଚିନ ଷଡଯନ୍ତ୍ରରେ ସାମିଲ। ଦିଲ୍ଲୀରେ ବସି ଲୋକେ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚିଥିଲେ। ଗଣତନ୍ତ୍ରର ହତ୍ୟା କରିବାକୁ ଉଦ୍ୟମ ଜାରି ରହିଛି। କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ଯେମିତି ସରକାର ଭାଙ୍ଗିଲେ ରାଜସ୍ଥାନରେ ମଧ୍ୟ ସେମିତି ହୀନ ପ୍ରୟାସ ଜାରି ରହିଥିବା ଗେହଲଟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଆଜି ସିବିଆଇ, ଆୟକର ବିଭାଗ, ଇଡିର ଦୁରୁପଯୋଗ କରାଯାଉଛି। ମୁଁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଲିଣି। ମୋର ୪୦ ବର୍ଷର ରାଜନୀତି ହୋଇ ସାରିଛି। ଆମେ ନୂତନ ପିଢି ପ୍ରସ୍ତୁତ କରୁ। ଆଗାମୀ ସମୟ ଏହି ଯୁବ ପିଢିଙ୍କର।

ସଚିନ ପାଇଲଟଙ୍କ ନାମ ନନେଇ ସେ କହିଛନ୍ତି, ଭଲ ଇଂରାଜୀ କହିବା, ଭଲ ବାଇଟ୍ ଦେବା ଓ ସୁନ୍ଦର ହେବା ସବୁ କିଛି ନୁହେଁ। ଦେଶ ଆପଣଙ୍କର ବିଚାରଧାରା, ନୀତି ଓ ପ୍ରତିବଦ୍ଧତା ପାଇଁ ଆପଣଙ୍କୁ ଚିହ୍ନିଥାନ୍ତି। କଂଗ୍ରେସ ଯୁବ ବର୍ଗଙ୍କୁ ପ୍ରାଧ୍ୟାନ୍ୟ ଦେଇଛି। ଯୁବକଙ୍କୁ ସଂଗଠନ ତଥା ସରକାରରେ ପଦ ଦେଇଛି। ସେମାନଙ୍କର ଭବିଷ୍ୟତ ମଧ୍ୟ କଂଗ୍ରେସରେ ସୁରକ୍ଷିତ ଅଛି।

   Related Posts