Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସିବିଆଇକୁ ଚେକ୍ ଦେଲେ ଗେହଲଟ ସରକାର, ରାଜ୍ୟ ସକରାରଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବ ନାହିଁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି

20/07/2020 at 8:07 PM

ଜୟପୁର ୨୦।୦୭: ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ଗେହଲଟ ସରକାର କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ସିବିଆଇକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ରାଜସ୍ଥାନରେ ସିବିଆଇ ସିଧାସଳଖ କୌଣସି ମାମଲାରେ ଯାଞ୍ଚ କରି ପାରିବ ନାହିଁ। ସିବିଆଇକୁ ଯାଞ୍ଚ ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କ ଅନୁମତି ନେବା ଜରୁରୀ। ଅନୁମତି ମିଳିବା ପରେ ଯାଇ ସିବିଆଇ ରାଜସ୍ଥାନର କୌଣସି ମାମଲାର ତଦନ୍ତ କରି ପାରିବ। ଏହି ସଂପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧିସୂଚନା ଜାରି କରିଛି।

ରାଜସ୍ଥାନର ଗେହଲଟ ସରକାର ସିବିଆଇ ଉପରେ ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛନ୍ତି, ଯେବେ ରାଜ୍ୟରେ କ୍ଷମତାକୁ ନେଇ ରାଜନୀତି ଟଣାଓଟରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇ ସାରିଛନ୍ତି ଯେ, ରାଜନୈତିକ ନିହିତ ସ୍ଵାର୍ଥ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଦୁରୁପଯୋଗ କରାଯାଉଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ କହିଥିଲେ ଦେଶରେ ଆଜି ଗୁଣ୍ଡାଗର୍ଦି ଚାଲିଛି। ମନମୁଖୀ ଭାବେ ଚଢାଉ କରାଯାଉଛି। ମୋତେ ପ୍ରଥମ ଦିନରୁ ଆଭାସ ମିଳି ସାରିଥିଲା ଯେ, ମୋ ନିକଟତରଙ୍କ ଉପରେ ଚଢାଉ ହେବ। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ କଂଗ୍ରେସର ଦୁଇ ବଡ ନେତା ରାଜୀବ ଆରୋରା ଓ ଧର୍ମେନ୍ଦ୍ର ରାଠୋରଙ୍କ ବାସଭବନରେ ଏହି ଚଢାଉ ହୋଇଥିଲା।

ରାଜସ୍ଥାନ ହେଲା ଚତୁର୍ଥ ରାଜ୍ୟ

ରାଜ୍ୟରେ ସିବିଆଇର ପ୍ରବେଶ ଉପରେ ରୋକ୍‌ ଲଗାଇବାରେ ରାଜସ୍ଥାନ ଚତୁର୍ଥ ରାଜ୍ୟ ହୋଇଛି। ଏହା ପୂର୍ବରୁ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରେ ସିବିଆଇର ସିଧାସଳଖ ଯାଞ୍ଚ ଉପରେ ରୋକ୍‌ ଲଗାଇଥିଲେ। ଏହି ସବୁ ରାଜ୍ୟରେ ସିବିଆଇକୁ ଯାଞ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବା ଦରକାର।

   Related Posts