ରାଜସ୍ଥାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରେକର୍ଡ, ୯୭ ବର୍ଷ ବୟସ୍କା ବୃଦ୍ଧା ନିର୍ବାଚିତ ହେଲେ ସରପଞ୍ଚ

Published By : Prameya-News7 Bureau | January 18, 2020 IST

ଜୟପୁର ୧୮।୧: ରାଜସ୍ଥାନରେ ୨ହଜାର ୭୧୬ଟି ଗ୍ରାମ ପଞ୍ଚାୟତରେ ଶୁକ୍ରବାର ନିର୍ବାଚନ ହୋଇଥିଲା । ଏବେ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି। ଏଥିରେ କେଉଁଠି ରାଜ୍ୟର ସବୁଠାରୁ ବୟସ୍କା ସରପଞ୍ଚ ବିଜୟୀ ହୋଇଛନ୍ତି ତ ଆଉ କେଉଁଠି ପାକିସ୍ତାନରୁ ଆସି ଭାରତର ବୋହୂ ହୋଇଥିବା ଝିଅ ମଧ୍ୟ ସରପଞ୍ଚ ନିର୍ବାଚିତ ହୋଇଛନ୍ତି।

{"id":213062,"sizeSlug":"large"}

ରାଜସ୍ଥାନରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ଫଳାଫଳ ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନରେ ୯୭ବର୍ଷ ବୟସରେ ନିର୍ବାଚନ ଲଢି ଜିତିବାର ରେକର୍ଡ କରିଛନ୍ତି ବିଦ୍ୟା ଦେବୀ । ସେ ରାଜ୍ୟର ସବୁଠାରୁ ବୟୋଜ୍ୟେଷ୍ଠା ସରପଞ୍ଚ ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ବିଦ୍ୟା ଦେବି ସୀକର ଜିଲ୍ଲା ପୁରଣାବାସା ଗ୍ରାମରୁ ନିର୍ବାଚନ ଲଢିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୦୭ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ନିର୍ବାଚନରେ ବିଦ୍ୟା ଦେବୀଙ୍କୁ ୮୪୩ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମିଳିଛି ୬୩୬ଟି ଭୋଟ । ଗ୍ରାମ ପଞ୍ଚାୟତରେ ମୋଟ ୪ ହଜାର ୨୦୦ ଜଣ ଭୋଟରଙ୍କ ମଧ୍ୟରୁ ୨ ହଜାର ୮୫୬ଜଣ ମତଦାନ କରିଥିଲେ ।

{"id":213063,"sizeSlug":"large"}

ଏହି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ମୋଟ ୧୧ଜଣ ଆଶାୟୀ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଥିଲେ । କିନ୍ତୁ  ସମସ୍ତଙ୍କୁ ପଛରେ ପକାଇ ବିଦ୍ୟାଦେବୀ ସରପଞ୍ଚ ପଦରେ ବିଜୟୀ ହୋଇଛନ୍ତି ।  ସ୍ଥାନୀୟ ନିର୍ବାଚନ ଅଧିକାରୀ ବିଦ୍ୟା ଦେବୀଙ୍କୁ ବିଜୟୀ ଘୋଷଣା କରିବା ପରେ ସ୍ଥାନୀୟଲୋକ ଓ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେହିପରି ଟାଙ୍କ ଜିଲ୍ଲାର ନଟବାଡା ପଞ୍ଚାୟତରେ ୧୮ବର୍ଷ ତଳେ ପାକିସ୍ତାନରୁ ଆସିଥିବା ନିତା କଅଁର ମଧ୍ୟ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି ।

{"id":213064,"sizeSlug":"large"}

ନିର୍ବାଚନରେ ବିଜୟୀ ହେବା ପରେ ବିଦ୍ୟା ଦେବୀ କହିଛନ୍ତି ଯେ, ମୁଁ ପ୍ରଥମ ଥର ପାଇଁ ନିର୍ବାଚନ ଲଢିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁରା ଠିକ୍ ଅଛି ଏବଂ  ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ପ୍ରତିଦିନ ପାଦରେ ବୁଲି ଲୋକଙ୍କ କାମ କରିଥାନ୍ତି। ପଞ୍ଚାୟତର ସମସ୍ତ ବିଧବା ମହିଳା କିପରି ପେନସନ ଯୋଜନାରେ ସାମିଲ ହୋଇପାରିବେ ଏବେ ସେଦିଗରେ ସେ କାମ କରିବେ ବୋଲି କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପାଣିର ସମସ୍ୟା ରହିଛି, ସେ ଦିଗରେ ମଧ୍ୟ ସେ କାମ କରିବେ । ରାସ୍ତା ନିର୍ମାଣ କାର୍ଯ୍ୟରେ କିପରି ସ୍ୱଚ୍ଛତା ରହିବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି ବିଦ୍ୟା ଦେବୀ କହିଛନ୍ତି  ।

{"id":213066,"sizeSlug":"large"}

ସେହିପରି ଟାଙ୍କ ଜିଲ୍ଲାର ନଟବାଡାରେ ପଞ୍ଚାୟତ ନିର୍ବାଚନରେ ନିତା କଅଁର ପ୍ରଥମ ଥର ପାଇଁ ସରପଞ୍ଚ ନିର୍ବାଚନ ଜିତିଛନ୍ତି । ନିତା ୨୦୦୧ରେ ପାକିସ୍ତାନରୁ ନିଜ ସମ୍ପର୍କୀୟଙ୍କ ଘର ଯୋଧପୁରକୁ ଆସିଥିଲେ । ଏହାପରେ ସେ ୨୦୦୫ରେ ସୋଫିଆ କଲେଜରୁ ସ୍ନାତକ ଡ୍ରିଗ୍ରୀ ହାସଲ କରିଥିଲେ । ୨୦୧୧ ଫେବୃଆରୀ ୧୯ତାରିଖରେ ତାଙ୍କର ସେହି ନଟୱାଡା ଗାଁର ରାଜଘରେ ବାହାଘର ହୋଇଥିଲା । ଭାରତୀୟ ନିୟମ ଅନୁଯାୟୀ ସେ ଭାରତୀୟ ନାଗରିକତା ହାସଲ ପରେ ନିର୍ବାଚନ ଲଢିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.