ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ, ୨୨ରୁ ୧୩ ଜିଲ୍ଲା ଉପରେ କବଜା, କଂଗ୍ରେସ ଖାତାରେ ୫

Published By : Prameya-News7 Bureau | December 09, 2020 IST

ଜୟପୁର,୦୯/୧୨:   ରାଜସ୍ଥାନର ୨୧ଟି ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସିରିଜ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ କରିଛି । ଦଳ ୧୩ଟି ଜିଲ୍ଲା ପରିଷଦ କବଜା କରିଥିବା ବେଳେ କଂଗ୍ରେସ ମାତ୍ର ୫ଟି ଦଖଲ କରିଛି । ଏହି ୨୧ ଜିଲ୍ଲାର ୨୨୨ଟି ପଞ୍ଚାୟତ ସମିତି ନିର୍ବାଚନରେ ବିଜେପି ଦବଦବା ଜାହିର କରିଛି । କଂଗ୍ରେସକୁ ୮୧ଟି ଓ ବିଜେପି ଖାତାକୁ ୯୩ଟି ଆସନ ଯାଇଛି ।

ବିଜେପିର ବିଜୟକୁ ନେଇ ଦଳୀୟ କର୍ମୀ ଓ ନେତା ଖୁସି ମନାଇଛନ୍ତି । ରାଷ୍ଟ୍ରୀୟ ମହାସଚିବ ଏବଂ ରାଜସ୍ଥାନ ପ୍ରଭାରୀ ଅରୁଣ ସିଂ ବିଜେପିର ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।  ପରିଣାମ କଂଗ୍ରେସ ସରକାରର ଅହଂକାର ଓ ମିଛର ଫଳ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ।

ରାଜସ୍ଥାନରେ ୨୧ଟି ଜିଲ୍ଲାରେ ମୋଟ୍ ୨୨୨ଟି ପଞ୍ଚାୟତ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହାମଧ୍ୟରୁ ୯୩ଟି ବିଜେପି ଓ ୮୧ଟି ଆସନରେ କଂଗ୍ରେସ ଜିତିଛି । ୪୨ଟି ଏପରି ପଞ୍ଚାୟତ ସମିତି ରହିଛି ଯେଉଁଠାରେ କେହି ହେଲେ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି । ୫ଟି ଅନ୍ୟଦଳ ଖାତାକୁ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.