Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

MLAଙ୍କ ପୁତୁରା ବୋଲି ସାତ୍ ଖୁନ ମାଫ୍ : କାହିଁକି ଗାଡି ଅଟକାଇଲ କହି ହେଡ୍ କନଷ୍ଟେବଲଙ୍କୁ ଚାପୁଡା ମାରିଲେ ବିଧାୟିକା

15/06/2021 at 11:23 AM

ରାଜସ୍ଥାନ ୧୫/୬ : ଜଣେ ମହିଳା ବିଧାୟିକା ଜଣେ ହେଡ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି, କନଷ୍ଟେବଲ ବିଧାୟିକାଙ୍କ ପୁତୁରାର ବାଇକକୁ ଅଟକାଇ ତାଙ୍କ ନାଁରେ କାଟିଥିଲେ ଚାଲାଣ । ଆଉ ଏତିକିରେ ବିଧାୟିକା ମହୋଦୟଙ୍କ ରାଗ ପ୍ରଚଣ୍ଡ ହୋଇଯାଇଥଲା । ଆଉ ରାଗରେ ଜର୍ଜରିତ ହୋଇ ବିଧାୟିକା ଜଣଙ୍କ କନଷ୍ଟେବଲଙ୍କୁ ମାରିଛନ୍ତି ଚାପୁଡା । ଘଟଣା ପରେ ବିଧାୟିକାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଘଟଣା ଘଟିଛି ବାଂଶଓ୍ୱାଡା ଜିଲ୍ଲାର କୁଶଲଗଡରେ ।

ଏଠାକାର ସ୍ୱାଧୀନ ମହିଳା ବିଧାୟିକା ରାମିଲା ଖରିଆ ତାଙ୍କ ପୁତୁରାର ଗାଡିକୁ ଅଟକାଇଥିବା ହେଡ୍ କନଷ୍ଟେବଲଙ୍କୁ ରାଗିଯାଇ ଚାପୁଡା ମାରିଥିଲେ । ହେଡ କନଷ୍ଟେବଳ ମହେନ୍ଦ୍ର ନାଥ କହିଛନ୍ତି ଯେ ବାଇକ ଚଳାଉଥିବା ସୁନୀଲ ବାରିଆଙ୍କୁ ନାକାବନ୍ଦୀ ଥିବା ଅଞ୍ଚଳରେ ପୋଲିସ ଅଟକାଇଥିଲା । କରୋନା କାରଣରୁ ସବୁ ସ୍ଥାନରେ ଅବରୋଧ କରାଯିବା ସହ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରିଯାଇଛି । ଏଥିପାଇଁ ସୁନୀଲଙ୍କ ଗାଡି ଅଟକାଇ ତାଙ୍କୁ ପଚରା ଉଚରା କରାଯାଉଥିଲା ।

ଏତିକିବେଳେ ରାଗି ଫାୟାର ହୋଇଯାଇଥିଲେ ବିଧାୟିକାଙ୍କ ପୁତୁରା । କେବଳ ସେତିକି ନୁହେଁ କନଷ୍ଟେବଲଙ୍କ କଲର ଧରି ଚାକିରୀରୁ ବାହାର କରିବାର ଧମକ ବି ଦେଇଥିଲେ । ଏସବୁ ପରେ ମହେନ୍ଦ୍ର ସୁନିଲ ନାଁରେ ଚାଲାଣ କାଟିଥିଲେ । ଆଉ ବିଧାୟିକାଙ୍କ ଏ ସଂପର୍କରେ ଅବଗତ ବି କରାଇଥିଲେ । ହେଲେ ବିଧାୟିକା ମହୋଦୟ ପୁତୁରାର ଦୋଷ ଦୁର୍ବଳତାକୁ ଲୁଚାଇବା ସହ ଓଲଟା କନଷେବଲଙ୍କୁ ମାରିଥିଲେ ଚାପୁଡା । ସେପଟେ ଏହି ଘଟଣାକୁ ନେଇ କନଷ୍ଟେବଲ ଜଣଙ୍କ ଥାନା ଅଧିକାରୀଙ୍କୁ ଜଣାଇଥିଲେ ।

ହେଲେ ଥାନା ଅଧିକାରୀ ବିଧାୟିକାଙ୍କୁ ଭୁଲ ମାଗିବାକୁ ପରାମର୍ଶ ଦେଇଥିଲେ । ତେବେ ଏମିତି କରିବାକୁ କନଷ୍ଟେବଲ ଜଣଙ୍କ ରୋକଠୋକ୍ ମନା କରିଦେଇଥିଲେ । ତେବେ କନଷ୍ଟେବଲଙ୍କ ନିଷ୍ପତ୍ତିକୁ ସହମତି ଜଣାଇ ସାମିଲ ହୋଇଥିଲେ ଅନ୍ୟ ପୋଲିସ କର୍ମଚାରୀ । ଏପରିକି ଥାନାରେ ସେମାନେ ଖାଇବା ପିଇବା ଛାଡି ଧାରଣାରେ ବି ବସିଥିଲେ । ଶେଷରେ ବିଧାୟିକାଙ୍କ ନାଁରେ ମାମଲା ରୁଜୁ ହେବା ସହ କନଷ୍ଟେବଲଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଘଟଣାରେ ଯାଞ୍ଚ କରୁଛି ସିବିସିଆଇଡି ।

   Related Posts