କଂଗ୍ରେସ ଜିତିଲା ୯୬୧ ଆସନ, ବିଜେପି ଜିତିଲା ୭୩୭ ଆସନ - ରାଜସ୍ଥାନ ପୌର ନିର୍ବାଚନ ଫଳାଫଳ

Published By : Prameya-News7 Bureau | November 19, 2019 IST

ଜୟପୁର ୧୯।୧୧ - ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ଥିବା ପୌରସ୍ଥଂସ୍ଥା ଓ ନଗର ନିଗମର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ୯୬୧ ଆସନରେ ବିଜଲାଭ କରିଥିବା ବେଳେ ବିଜେପି ୭୩୭ ଆସନରେ ବିଜୟ ଲାଭ କରିଛି ।

ରାଜସ୍ଥାନର ୪୯ଟି ପୌର ସଂସ୍ଥା ଓ ପୌର ନିଗମ ମଧ୍ୟରୁ କଂଗ୍ରେସ ୨୩ଟିରେ ବିଜୟ ଲାଭ କରିଛି । ଗତ ସପ୍ତାହରେ ୨୧୦୫ ଓ୍ୱାର୍ଡ ପାଇଁ କାଉନସିଲର ପଦ ମଧ୍ୟରୁ ୨୦୦୦ ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ୯୬୧ ଆସନରେ ବିଜଲାଭ କରିଥିବା ବେଳେ ବିଜେପି ୭୩୭ ଆସନରେ ବିଜୟ ଲାଭ କରିଛି । ୧୬ଟି ଆସନରେ ବିଏସ୍‌ପି ଓ ୩ଟି ଆସନକେ ସିପିଆଇ(ଏମ୍‌) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ୩୮୬ ଜଣ ସ୍ୱାଦୀନ ପ୍ରାର୍ଥୀ ଏଥିରେ ବିଜୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.