କରୋନା ସଂକ୍ରମଣ ରୋକିବାରେ ରାଜସ୍ଥାନ ଦେଶରେ ସୃଷ୍ଟି କରିଛି ଉଦାହରଣ- ସଚିନ ପାଇଲଟ

Published By : Prameya-News7 Bureau | April 14, 2020 IST

ଜୟପୁର, ୧୪|୦୪:  ରାଜସ୍ଥାନରେ ଭୀଲଓ୍ୱାରା ମଡେଲ କରୋନା ସଂକ୍ରମଣକୁ ଅନେକ ପରିମାଣରେ ରୋକିଛି । ଫଳରେ ଏହି ଭାଇରସ କମ୍ୟୁନିଟୀ ଟ୍ରାନ୍ସମିଶନ ପର୍ଯ୍ୟାୟକୁ ଗତି କରିନାହିଁ । ଏହା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ରାଜସ୍ଥାନ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରୁଛି । ଯେପରି ଜିଲ୍ଲା ଓ ପଞ୍ଚାୟତ ସ୍ତରରେ ଏହି ଭାଇରସ ସଂକ୍ରମଣକୁ ରୋକାଯାଇ ପାରିବ ।

ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ, ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଫଳରେ ଅର୍ଥବ୍ୟବସ୍ଥା ସାମାନ୍ୟ ରହିବ । ଭୀଲଓ୍ୱାରା ମଡେଲକୁ ଅନେକ ସ୍ଥାନରେ ପ୍ରୟୋଗ କରାଯାଇଛି । ଦିଲ୍ଲୀ, ୟୁପି ଓ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇଛି । ଏହା କଣ ତାହା ତର୍ଜମା କରିବା ଜରୁରୀ ନୁହେଁ । କିନ୍ତୁ କର୍ଫ୍ୟୁକୁ ପୂର୍ଣ୍ଣ ଭାବେ କାର୍ଯ୍ୟକାରିତା କରିବାର ଆବଶ୍ୟକତା ରହିଛି ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଅଧିକ କରୋନା ସଂକ୍ରମିତ ଓ ଜନସଂଖ୍ୟା ଦୃଷ୍ଟିରୁ ଦେଶରେ କେବଳ ସହରକୁ ଫୋକସ୍ କରାଯାଉଥିଲା ସେତେବେଳେ ରାଜ୍ୟ ସରକାର ଏଠାରେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ପ୍ରକ୍ରିୟାରେ ସଚତନତା ସୃଷ୍ଟି କରାଗଲା । ପଞ୍ଚାୟତସ୍ତରରେ ବ୍ଲକ ସମିତି, ଜିଲ୍ଲା ପରିଷଦ, ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମନରେଗା ଶ୍ରମିକଙ୍କୁ ଦୈନିକ ୪ ଥର ହାତ ଧୋଇବା, ୩୭ ହଜାର ଗ୍ରାମକୁ ସୋଡିୟମ ହାଇପୋକ୍ଲୋରାଇଡରେ ସାନିଟାଇଜ କରିବା ଆଦି ବ୍ୟବସ୍ଥା ହୋଇଥିଲା । ସରକାର ପ୍ରତି ପଞ୍ଚାୟତକୁ ୫୦ ହଜାର ଟଙ୍କା ମାସ୍କ ଓ ସାନିଟାଇଜ କିଣିବା ପାଇଁ ପ୍ରଦାନ କରିଥିଲେ । ଫଳରେ ସହର ଅପେକ୍ଷା ଗ୍ରାମରେ ସଂକ୍ରମଣ ହାର କମ ରହିଲା । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମ ଆସିଲା ବୋଲି ସେ କହିଛନ୍ତି ।

ଏହାସହ କୃଷି କ୍ଷେତ୍ରରେ ବିକାଶ, କୃଷକଙ୍କୁ ସମସ୍ତ ସୁବିଧା ସୁଯୋଗ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ସମସ୍ତଙ୍କ ନିକଟରେ ପହଁଚାଇବା ବ୍ୟବସ୍ଥା ହିଁ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.