ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି : ‘କରୋନା ଯୋଦ୍ଧା’ଙ୍କ ମୃତ୍ୟୁ ହେଲେ ଦିଆଯିବ ୫୦ଲକ୍ଷ ଟଙ୍କା, ସେପଟେ ଛେପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 11, 2020 IST

ଜୟପୁର ୧୧।୪: ‘କରୋନା ଯୋଦ୍ଧା’ଙ୍କ ପାଇଁ ସହାୟତା ଘୋଷଣା କଲେ ରାଜସ୍ଥାନ ସରକାର । ଶୁକ୍ରବାର ଦିନ COVID-19 ମହାମାରୀକୁ ନିୟନ୍ତ୍ରଣ କରିବା ଦାୟିତ୍ବ ତୁଲାଉଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଲାଗି ଘୋଷଣା କରାଯାଇଛି । କେନ୍ଦ୍ର ସରକାର କେବଳ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲକ୍ଷେ ଟଙ୍କାର ବୀମା କଭର ଘୋଷଣା କରିଥିଲା ।

{"id":252298,"sizeSlug":"large"}

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ନିୟମିତ ତଥା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସହାୟତା ପରିସରକୁ ବିସ୍ତାର କରିଛନ୍ତି । ଏହି ବ୍ୟବସ୍ଥାରେ ସମସ୍ତ ପୌରପାଳିକା ଏବଂ ସ୍ବାସ୍ଥ୍ୟ କର୍ମୀ, ଗୃହରକ୍ଷୀ, ନାଗରିକ ପ୍ରତିରକ୍ଷା କର୍ମଚାରୀ, ଅଙ୍ଗନୱାଡି କେନ୍ଦ୍ରର କର୍ମଚାରୀ ଏବଂ ମାନ୍ୟତା ପ୍ରାପ୍ତ ସାମାଜିକ ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

{"id":252301,"sizeSlug":"large"}

ବାଣିଜ୍ୟ ଏବଂ ଶିଳ୍ପ ପ୍ରତିନିଧୀଙ୍କ ସହ ଏକ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ କହିଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଧ୍ୟାନରେ ରଖି ରାଜ୍ୟ ସରକାର ଲକ୍ ଡାଉନ୍ ଉପରେ ଏକ ଉପଯୁକ୍ତ ନିଷ୍ପତ୍ତି ନେବେ । ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ସମୟରେ ଶୃଙ୍ଖଳା ବଜାୟ ରଖିବାରେ ବ୍ୟବସାୟୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି ।

{"id":252297,"sizeSlug":"large"}

ରାଜ୍ୟ ସରକାର କରୋନା ବିସ୍ତାରକୁ ରୋକିବାକୁ ପାନ, ଗୁଟଖା ଏବଂ ତମାଖୁ ଦ୍ରବ୍ୟ ଚୋବାଇବା ପରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ । ମେଡିକାଲ ଏବଂ ସ୍ବାସ୍ଥ୍ୟ ବିଭାଗର ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏଭଳି କାର୍ଯ୍ୟ କଲେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୮୮ (ସରକାରୀ କର୍ମଚାରୀଙ୍କ ଦ୍ବାରା ପ୍ରକାଶିତ ଆଦେଶକୁ ଅବମାନନା) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":252299,"sizeSlug":"large"}

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ମେଡିକାଲ ଆଣ୍ଡ ହେଲଥ) ରୋହିତ କୁମାର ସିଂ କହିଛନ୍ତି ଯେ, କର୍ଫ୍ୟୁ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ, ଯେଉଁଠାରେ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା, ସେମାନଙ୍କୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ର ଡୋଜ୍ ଦିଆଯିବ । କୋଭିଡ-୧୯ ପାଇଁ ନ୍ୟାସନାଲ ଟାସ୍କ ଫୋର୍ସ ଦ୍ବାରା ଏହା ସୁପାରିଶ କରାଯାଇଥିଲା ବୋଲି ସେ କହିଛନ୍ତି ।

{"id":252302,"sizeSlug":"large"}

ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ଶୁକ୍ରବାର ଦିନ ୫୨୦କୁ ବୃଦ୍ଧି ପାଇଛି ଏବଂ ୮ଟି ଜିଲ୍ଲାରେ ୫୭ ଜଣ ନୂଆ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.