ରାଜସ୍ଥାନ ରାଜନୀତି: ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଲେ ରାଜ୍ୟପାଳ, କିନ୍ତୁ ରଖିଲେ ସର୍ତ୍ତ

Published By : Prameya-News7 Bureau | July 27, 2020 IST

ଜୟପୁର ୨୭।୦୭: ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ନିଃସର୍ତ୍ତ ବିଧାନସଭା ଅଧିବେଶନ ଡକାଇବାକୁ ଅନୁମତି ଦେଇଛନ୍ତି। ରାଜ୍ୟପାଳ ନିଜର ନିର୍ଦ୍ଦେଶରେ କହିଛନ୍ତି ସରକାର ବର୍ତ୍ତମାନ ପରିସ୍ଥିତିରେ ୨୧ ଦିନର ସମୟ ସୀମାରେ ଅଧିବେଶନ ଡକାନ୍ତୁ, ଯଦ୍ଵାରା କରୋନା ଭାଇରସ୍ ସଙ୍କଟ କାରଣରୁ ବିଧାୟକଙ୍କୁ ବିଧାନସଭାରେ ଆସିବାରେ ଅସୁବିଧା ନହୁଏ। ଏହା ସହିତ ରାଜ୍ୟପାଳ କହିଛନ୍ତି ଅଧିବେଶନ ସମୟରେ ସାମାଜିକ ନିୟମ ପାଳନ ଜରୁରୀ।

କଂଗ୍ରେସକୁ ମାନିବାକୁ ପଡିବ ଏହି ସର୍ତ୍ତ

ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ଅଧିବେଶନ ଡକାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ସରକାରଙ୍କ ପାଇଁ ସର୍ତ୍ତ ମଧ୍ୟ ରଖିଛନ୍ତି। ଅଧିବେଶନ ୨୧ ଦିନିଆ ହେବା ସହ ସାମାଜିକ ଦୂରତା ନିୟମ ପାଳନ ଜରୁରୀ। ରାଜ୍ୟପାଳ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଧାନସଭା ଅଧିବେଶନ ସମୟରେ ସାମାଜିକ ଦୂରତା ନିୟମ କିପରି ପାଳନ କରାଯିବ। ଏମିତି କୌଣସି ବ୍ୟବସ୍ଥା ରହିଛି ଯେଉଁଥିରେ ୨୦୦ ବିଧାୟକଙ୍କ ବ୍ୟତୀତ ୧୦୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀଙ୍କୁ ଏକତ୍ର କଲେ ମଧ୍ୟ ଯେମିତି କରୋନା ସଂକ୍ରମଣର ବିପଦ ନରହିବ। ଯଦି କାହାରିକୁ ସଂକ୍ରମଣ ହୁଏ ତେବେ ଏହା କେମିତି ରୋକାଯାଇ ପାରିବ। ଏହା ବ୍ୟତୀତ ଯଦି ଆସ୍ଥା ଭୋଟ୍ ହୁଏ ତେବେ ଏହାର ସିଧା ପ୍ରସାରଣ ହେବା ଜରୁରୀ। ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ସରକାର ଜୁଲାଇ ୩୧ରେ ଅଧିବେଶନ ଡକାଇବାକୁ ଅନୁମତି ମାଗିଥିଲେ। କେବଳ ଏତିକି ନୁହେଁ ରାଜସ୍ଥାନ ସରକାର ରାଜ୍ୟପାଳଙ୍କ ଆପତ୍ତି ଉପରେ ନିଜର ଉତ୍ତର ମଧ୍ୟ ଉପସ୍ଥାପନ କରିବ।

wp:html /wp:html

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ଅଭିଯୋଗ

ରାଜସ୍ଥାନରେ ବିଧାନସଭା ଅଧିବେଶନ ଡକାଇବା ନେଇ ରାଜ୍ୟ ସରକାର ଓ ରାଜଭବନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମାମଲା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କଠାରେ ଅଭିଯୋଗ କରିଥିଲେ। ସୋମବାର ରାଜ୍ୟପାଳଙ୍କ କାର୍ଯ୍ୟକଳାପ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.