Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

କଂଗ୍ରେସର ଏ କେମିତିକା ବିରୋଧ ? ନୂଆ ସଂସଦ ଭବନକୁ ନା, କିନ୍ତୁ ରାଜସ୍ଥାନରେ ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଛି ବିଳାଶପୂର୍ଣ୍ଣ ଫ୍ଲାଟ୍‌

4/06/2021 at 10:13 PM

ନୂଆଦିଲ୍ଳୀ ୪/୬: ଗୋଟିଏ ପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଦଳ ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରୋଜେକ୍ଟକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ରାଜସ୍ଥାନରେ ଅଶୋକ ଗେହଲଟ ସରକାର ବିଧାୟକଙ୍କ ପାଇଁ ବିଳାଶପୂର୍ଣ୍ଣ ଫ୍ଲାଟ୍‌ ତିଆରି କରୁଛନ୍ତି । ଜୟପୁରର ଜ୍ୟୋତିନଗରରେ ବିଧାନସଭା ପାଖରେ ୧୬୦ ଫ୍ଲାଟ ନିର୍ମାଣ କରାଯାଉଛି। ନିର୍ମାଣ କାର୍ଯ୍ୟ କରୋନାର ଦ୍ବିତୀୟ ଲହର ମଧ୍ୟରେ ୨୦ ମେ’ରୁ ଆରମ୍ଭ ହୋଇଛି।

୧୬୦ ବିଳାଶପୂର୍ଣ୍ଣ ଫ୍ଲାଟସ୍‌ ରାଜସ୍ଥାନ ହାଉସିଂ ବୋର୍ଡ(ଆରଏଚବି) ତିଆରି କରୁଛି। ପ୍ରତି ଫ୍ଳାଟ୍‌ ୩୨୦୦ ବର୍ଗଫୁଟ୍‌ ହୋଇଥିବା ବେଳେ  ୪ଟି ଲେଖାଏଁ ବେଡରୁମ୍‌ ରହିବ। ସମସ୍ତ ଫ୍ଳାଟ୍‌ ନିର୍ମାଣ ପାଇଁ ୨୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଠିକ୍‌ ସମୟରେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରୋଜେକ୍ଟ ବିଧାନସଭା ସାମ୍ନାରେ ତିଆରି ହୋଇଥିବା ବେ​‌ଳେ ୧୬୦ ଫ୍ଲାଟ୍‌ ନିର୍ମାଣ ହେଉଛି। ପ୍ରତି ଫ୍ଲାଟ୍‌ରେ ପାର୍କିଂ ସ୍ପେସ୍‌ ମଧ୍ୟ ରହିବ।

ଏହା ସହ ଜୟପୁର ଡେଭେଲପମେଣ୍ଟ ଅଥୋରିଟି (ଜେଡିଏ) ୧୭୬ ଫ୍ଲାଟ୍‌ ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଆରଏଚବି  ୧୬୦ ଫ୍ଳାଟ୍‌ ପାଇଁ ମଞ୍ଜୁରୀ ଦେଇଛି। ପ୍ରୋଜେକ୍ଟ ୩୦ ମାସରେ ପୂରା ହେବ। ସେପଟେ ଏହି ସବୁ ଫ୍ଳାଟ୍‌ ନିୟମ ଅନୁସାରେ ତିଆରି କରାଯାଉଛି ବୋଲି ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି।  

   Related Posts