Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ରାଜସ୍ଥାନର ପାୟଲଙ୍କୁ ମଧ୍ୟ ମିଳିଲା ଚେଞ୍ଜମେକର ଆୱାର୍ଡ

25/09/2019 at 4:59 PM

ଆମେରିକାରେ ବିଲ ଏଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ତରଫରୁ ଗ୍ଲୋବାଲ ଗୋଲକିପର ଗୋଲ୍ସ ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଜଣେ ଭାରତୀୟଙ୍କୁ ଚେଞ୍ଜମେକର ପୁରସ୍କାର ମିଳିଛି। ରାଜାସ୍ଥାନରୁ ବାଳାଶ୍ରମ ଓ ବାଲ୍ୟବିବାହକୁ ଲୋପ କରିବା ଅଭିଯାନ ଚଳାଉଥିବା ପାୟଲ ଜାଂଗିଡ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି। ଦେଶ ପାଇଁ ପାୟଲ ଗୌରବ ଲାଭ କରିଛନ୍ତି।   

ଏହି ଆୱାର୍ଡ ପାଇ ପାୟଲ ବେଶ ଉତ୍ସାହିତ ଅଛନ୍ତି। ସେ ବହୁତ ଖୁସି ଯେ, ତାଙ୍କୁ ଓ ମୋଦିଙ୍କୁ ଏହି ପୁରସ୍କାର ମିଳିଲା। ଏହା ସହ ଭାରତ ଦେଶ ପୁରସ୍କୃତ ହୋଇଥିବାରୁ ସେ ତାଙ୍କ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ଯେମିତି ତାଙ୍କ ଗାଁରେ ଏହି ଅଭିଯାନ ଚଲାଇ ସେ ଏଭଳି ସମସ୍ୟାର ସମାଧାନ କରିଛନ୍ତି ଠିକ୍‌ ସେହିଭଳି ସବୁ ସ୍ଥାନରୁ ଏମିତି ଅତ୍ୟାଚାର ଶେଷ ହେବା ଆବଶ୍ୟକ।

ପୁରସ୍କାର ପାଇବା ପରେ ସମଗ୍ର ବିଶ୍ବରେ ପାୟଲ ଓ ତାଙ୍କ ଅଭିଯାନର ଚର୍ଚ୍ଚା ହେଉଛି। ନୋବେଲ ପୁରସ୍କାର ବିଜେତା କୈଲାଶ ସତ୍ୟାର୍ଥି କହିଛନ୍ତି ଯେ, ପାୟଲ ଏହି ପୁରସ୍କାର ହାସଲ କରି ସମଗ୍ର ଭାରତକୁ ଗର୍ବିତ କରାଇଛନ୍ତି। ସେ ଜଣେ ଏମିତି ଜଣେ ଯୁବତୀ ଯିଏ ଭାରତ ଓ ଅନ୍ୟ ସ୍ଥାନରେ ଛୋଟ ପିଲାଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ଲଢନ୍ତି। ସେ ନିଜେ କମ ବୟସରେ ବିବାହକୁ ମନା କରି ଏଭଳି ସାହାସିକତାର କାମ କରିବା ଲାଗି ଆଗକୁ ବଢିଥିଲେ। ତାଙ୍କ ସାହାସ ଦେଖି ଅନ୍ୟ ଝିଅମାନେ ମଧ୍ୟ କମ ବୟସରେ ବିବାହ କରିବାପାଇଁ ମନା କରିଥିଲେ।

   Related Posts