ରାଜସ୍ଥାନର ଗେହଲଟ୍ ସରକାର ଟଳମଳ, ୧୨ କଂଗ୍ରେସ ବିଧାୟକଙ୍କ ସହ ସୋନିଆଙ୍କୁ ଭେଟିବେ ସଚିନ୍ ପାଇଲଟ୍

Published By : Prameya-News7 Bureau | July 12, 2020 IST

ଜୟପୁର, ୧୨|୦୭: ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଧାୟକଙ୍କୁ କିଣିବିକା ଆରମ୍ଭ ହୋଇଯାଇଥିବା ଖବର ପରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେିଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରିଛି । ଏହା ମଧ୍ୟରେ କଂଗ୍ରେସର ୧୨ ଜଣ ବିଧାୟକ ଦିଲ୍ଲୀରେ ଆସି ପହଁଚିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପୂର୍ବରୁ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ପାଇଲଟଙ୍କ ସମେତ ଏହି ୧୨ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।

କୁହାଯାଉଛି ଯେ, ସଚିନ ପାଇଲଟ୍ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଏହି ଅଭିଯୋଗକୁ ନେଇ ସେ ଅସନ୍ତୁଷ୍ଟ ରହିଛନ୍ତି ।

ଏହା ମଧ୍ୟରେ ୩ ସ୍ୱାଧିନ ବିଧାୟକ ସରକାରଙ୍କୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବେସୁଦ୍ଧା ଏହି ୩ ବିଧାୟକ କଂଗ୍ରେସକୁ ସମର୍ଥନ କରୁଥିଲେ । କିନ୍ତୁ ପୋଲିସ ଏବେ ଏହି ୩ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ୩ ନେତା ସରକାର ଭାଙ୍ଗିବା ପାଇଁ ଅନ୍ୟ ବିଧାୟକଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଥିଲେ ଯେ, ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ରାଜ୍ୟ ବିଜେପି କେନ୍ଦ୍ର କଥାରେ ଏପରି କରୁଛି । ଏପରିକି ବିଧାୟକଙ୍କୁ ବିଜେପି ୧୦ କୋଟିରର ଅଫର୍ ଦେଇଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.