Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୂର୍ବତନ ମନ୍ତ୍ରୀ ମହିପାଲ ମଦରଣାଙ୍କ ପରଲୋକ, ଭଉଁରୀ ଦେବୀ ହତ୍ୟାକାଣ୍ଡରେ ଥିଲେ ମୁଖ୍ୟ ଆରୋପୀ

17/10/2021 at 12:57 PM

ରାଜସ୍ଥାନ ୧୭/୧୦: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଲ ମଦରଣାଙ୍କ ଯୋଧପୁରରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବତନ ମନ୍ତ୍ରୀ ମହିପାଲ ମଦରଣାଙ୍କ ପରିବାରରେ ତାଙ୍କ ପତ୍ନୀ ଲୀଲା ମାଡେର୍ନା ଏବଂ ଦୁଇ ଝିଅ ଅଛନ୍ତି । ଜଣେ ଝିଅ ଦିବ୍ୟା ଓସିଆର ଜଣେ ବିଧାୟକ ଅଟନ୍ତି ।

ମହିପାଲ ମଦରଣା ମଧ୍ୟ ଏହି ଆସନରୁ ଦୁଇଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ସେ 19 ବର୍ଷ ଧରି ଯୋଧପୁରର ଜିଲ୍ଲା ମୁଖ୍ୟ ଥିଲେ । ମଦରଣାଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁରେ କରାଯାଇଛି । ମଦରଣାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଅନ୍ୟ ନେତାମାନେ ସମବେଦନା ଜଣାଇଛନ୍ତି ।

ଏହି ମୃତ୍ୟୁକୁ ସମବେଦନା ଜଣାଇ ଗେହଲଟ୍ ଟୁଇଟ୍ କରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମହିପାଲ ମଦରଣାଙ୍କ ଦେହାନ୍ତରେ ମୋର ଗଭୀର ସମବେଦନା । ତାଙ୍କ ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କୁ ଭଗବାନ ଶକ୍ତି ପ୍ରଦାନ କରିବାକୁ ଏହାହିଁ ପ୍ରାର୍ଥନା । ବହୁଚର୍ଚ୍ଚିତ ଭଉଁରୀ ଦେବୀ ହତ୍ୟା ମାମଲାରେ ମହିପାଲ ମଦରଣା ମୁଖ୍ୟ ଅଭିଯୁକ୍ତ ଥିଲେ।

ରାଜସ୍ଥାନରେ ଜଳ ସମ୍ପଦ ମନ୍ତ୍ରୀ ଥିବା ସମୟରେ ଭଉଁରୀ ଦେବୀଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । ଏହି ମାମଲାରେ ତାଙ୍କୁ ଦଶ ବର୍ଷ ଜେଲରେ ରଖାଯିବା ପରେ ହାଇକୋର୍ଟରୁ ଜାମିନ ମିଳିଥିଲା । ମଦରଣାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଜଣେ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ ।

   Related Posts