ବିଜୁଳି ବିଭାଗର ଭୁଲ, ଚାଷୀଙ୍କୁ ପଠାଇଲା ୩ କୋଟି ୭୧ ଲକ୍ଷ ଟଙ୍କା ବିଲ୍

Published By : Prameya-News7 Bureau | September 09, 2020 IST

ଜୟପୁର ୦୯/୦୯ : ରାଜସ୍ଥାନରେ ସରକାରଙ୍କ ଦାୟିତ୍ବହୀନତା ଦେଖିବାକୁ ମିଳିଛି | ଉଦୟପୁରରେ ଜଣେ ଚାଷୀଙ୍କୁ ୩ କୋଟି ୭୧ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପଠାଇଛି | ବିଧାନସଭାରେ ବିରୋଧୀ ନେତା ଗୁଲାବ ଚାନ୍ଦ କଟାରିୟା କହିଛନ୍ତି ଯେ, ତାଙ୍କ ପାଖକୁ ଗିଙ୍ଗଲାରୁ ପେମାରାମ ନାମକ ଜଣେ ଚାଷୀଙ୍କ ବିଲ୍ ଆସିଥିଲା | ୩ କୋଟି ୭୧ କଷା ୬୧ ହଜାର ୫୦୭ ଟଙ୍କାର ବିଜୁଳି ବିଲ୍ ଆସିଥିଲା | କେବଳ ସେତିକି ନୁହେଁ ରାଜସ୍ଥାନରେ ଅଧିକାଂଶ ଲୋକଙ୍କ ବିଲ୍ ଲକ୍ଷେ ଟଙ୍କାରୁ ଅଢିଲା ଆସିଛି |  

ଅଭିଯୋଗ ପରେ ଏହି ମାମଲାରେ ବିଜୁଳି ବିଭାଗ ସହାୟକ ଯନ୍ତ୍ରୀ ସୂଚନା ପାଇବା ପରେ ବିଲ୍ ସୁଧାରି ଦେଇଛନ୍ତି | ବାସ୍ତବିକ ବିଲ୍ ୬ ହଜାର ୪୦୦ ଟଙ୍କା ଥିଲା ଏବଂ ଚାଷୀଙ୍କୁ ସେହି ବିଲ ଦିଆଯାଇଛି | ମୁଖ୍ୟ ଯନ୍ତ୍ରୀ ଏନଏଲ ସଲବି କହିଛନ୍ତି ଯେ, କମ୍ପ୍ୟୁଟରରେ ସର୍ଭର ଡାଉନ ଥିବାରୁ ଡବଲ୍ ଫଣ୍ଡିଙ୍ଗ୍ କିମ୍ବା କ୍ଲରିକାଲ୍ ଗଣନା ଯୋଗୁଁ ଭୁଲ ହୋଇଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.