Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

୩ ଜଣ କରୋନା ରୋଗୀଙ୍କୁ ସୁସ୍ଥ କଲେ ଜୟପୁର ଡାକ୍ତର : କରୋନାକୁ କିଭଳି କାବୁ କରିଛନ୍ତି ଜାଣନ୍ତୁ

19/03/2020 at 10:35 AM

ଜୟପୁର ୧୯/୦୩ : ଉତ୍ତର ଭାରତର ରାଜସ୍ଥାନରେ ସର୍ବ ପ୍ରଥମେ କରୋନାରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ | ରାଜସ୍ଥାନରେ ଏପର୍ଯ୍ୟନ୍ତ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୩ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି | ରାଜସ୍ଥାନ ଡାକ୍ତରମାନେ ପୁରା କ୍ଷମତା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି | ସଂକ୍ରମଣ ଯେମିତି ନ ବ୍ୟାପିବା ତାପାଇଁ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି |

ସବାଇ ମାନସିଂହ ହସ୍ପିଟାଲର ଡାକ୍ତରମାନେ କରୋନା ପାଇଁ ଏକ ୱାର ରୁମ ତିଆରି କରିଛନ୍ତି | ଏହି ୱାର ରୁମରେ ଡାକ୍ତରମାନେ କରୋନା ରୋଗଙ୍କ ଚିକିତ୍ସା କରୁଛନ୍ତି | ଡ.ସୁଧୀର ଭଣ୍ଡାରୀଙ୍କ କହିବାନୁଯାୟୀ, ଅନ୍ୟ ରାଜ୍ୟର ଡାକ୍ତରମାନେ ତାଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ତାଙ୍କୁ ପଚାରି ବୁଝିଥିଲେ | ଅନ୍ୟ ରାଜ୍ୟ ସହ ବିଦେଶରେ ମଧ୍ୟ ସେ ନିଜର ଚିକିତ୍ସା ପ୍ରଣାଳୀ ସେୟାର କରିଛନ୍ତି ବୋଲି ଡ.ସୁଧୀର କହିଛନ୍ତି |

ସବାଇ ମାନସିଂହ କଲେଜ ଓ ହସ୍ପିଟାଲର ଡ.ସୁଧୀର ଭଣ୍ଡାରୀ କହିଛନ୍ତି ଯେ, ଭାଇରସ ସହ ଲଢ଼ିବା ପାଇଁ ସେମାନେ ଏକ ଟିମ ଗଠନ କରିଛନ୍ତି | ଭାଇରସକୁ ବ୍ୟାପିବାରେ ରୋକିବାକୁ ଡାକ୍ତର ପ୍ରାଥମିକତା ଦେଇଥିଲେ ଏବଂ ଏଥିରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି | ଔଷଧ ପାଇଁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ମଧ୍ୟ ସଫଳ ହୋଇଛନ୍ତି |  

ଟିମର ଆଉ ଜଣେ ଡାକ୍ତର ପ୍ରକାଶ କେଶୱାନିଙ୍କ ସଂସ୍ପର୍ଶରେ ଥିବା ୩ଜଣ ରୋଗୀ ବର୍ତ୍ତମାନ ସୁସ୍ଥ ଅଛନ୍ତି | ସେ କହିଛନ୍ତି କରୋନା ଆକ୍ରାନ୍ତ ପ୍ରଥମ ରୋଗୀ ହସ୍ପିଟାଲକୁ ଆସିବା ପରେ କରୋନା ଲକ୍ଷଣ ସହ ସାମଞ୍ଜସ୍ୟ ଥିବା ରୋଗୀଙ୍କ ଇତିହାସ ଯାଞ୍ଚ କରିଥିଲେ | ଯାଞ୍ଚରୁ ସେମାନେ ଜାଣିବାକୁ ପାଇଥିଲେ ଯେ ଏହି ସଂକ୍ରମଣ ସହ ଲଢ଼ିବା କ୍ଷମତା ଏଚଆଇଭି ଏଡ୍ସରେ ମଧ୍ୟ ରହିଛି | ଏହାପରେ ସେମାନେ ଏଡ୍ସ ଔଷଧ ଦେବା ଆରମ୍ଭ କରିଥିଲେ | ଏହାଛଡା ଆକ୍ରାନ୍ତଙ୍କୁ ଡାକ୍ତରମାନେ କ୍ଲୋରିନ ମଧ୍ୟ ବ୍ୟବହାର କରିଥିଲେ ଏବଂ ସଫଳତା ପାଇଥିଲେ |

ଡାକ୍ତରଙ୍କ ଟିମରେ ଆଉ ଜଣେ ଡାକ୍ତର ଅଛନ୍ତି, ଏସ.ବାନାର୍ଜୀ | ତାଙ୍କ ୟୁନିଟରେ କରୋନା ପଜିଟିଭ ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଁଛନ୍ତି | କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେ ଏକ ଔଷଧ ତାଲିକା ପ୍ରସୂତ କରିଛନ୍ତି | ସେ ରୋଗୀଙ୍କୁ ସେହି ଔଷଧ ଦେଉଛନ୍ତି | ତେବେ ରୋଗୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ସେ କହିଛନ୍ତି | 

ହସ୍ପିଟାଲ ଅଧିକାରୀ ଡ.ଏସ ମିନା କହିଛନ୍ତି, କରୋନାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଏକ ଭୟ ପରିସ୍ଥିତି ସୃଷ୍ଟି ହୋଇଥିଲା | ଭାଇରସକୁ କାବୁ କରିବା ପାଇଁ ସେମାନେ ଏକ କୋଅର୍ଡିନେଟ ଇଫର୍ଟ ଆରମ୍ଭ କରିଥିଲେ | ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ପ୍ରତିଦିନ ଏହାକୁ ମନିଟର କରନ୍ତି | 

ଟିମର ଆଉ ଜଣେ ଡାକ୍ତର ରମଣ ଶର୍ମା କହିଛନ୍ତି ଯେ, ଯେତେବେଳେ କରୋନା ରୋଗୀ ହସ୍ପିଟାଲକୁ ଆସିଥିଲେ ସେତେବେଳେ ସେମାନେ କ୍ଲୋରିନକୁ ନେଇ ଏକ ପରୀକ୍ଷା କରିଥିଲେ ଏବଂ ଏହାର ପରିଣାମ ପଜିଟିଭ ବାହାରିଥିଲା | ଏବେ ଚୀନ ମଧ୍ୟ ଏହା ଉପରେ ପରୀକ୍ଷା କରୁଛି | କରୋନାରୁ ଲଢ଼ିବା ପାଇଁ ଏନେସଥେସିଆର ମଧ୍ୟ ଯୋଗଦାନ ରହିଛି | ପ୍ରତ୍ୟେକ ରୋଗ ପାଚନ ପ୍ରଣାଳୀ ସହ ଜଡିତ  |

ଏହି ଟିମର ମୁଖ୍ୟ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଅଜିତ ସିଂହ କହିଛନ୍ତି, କରୋନାକୁ ନେଇ ଡାକ୍ତରମାନେ ମଧ୍ୟ ଭୟଭୀତ ଥିଲେ | ତଥାପି ଭାଇରସର ମୁକାବିଲା କରିବା ପାଇଁ ସେମାନେ ରଣନୀତି ପ୍ରସ୍ତୁତ କରିଥିଲେ | ବିଭିନ୍ନ ପରୀକ୍ଷା କରି ଔଷଧ ପ୍ରସ୍ତୁତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଦିଗରେ କାମ କରିଥିଲେ ଓ ସଫଳତା ମଧ୍ୟ ହାସଲ କରିଥିଲେ |

   Related Posts