ବଢୁଥିବା ଦୁଷ୍କର୍ମ ମାମଲା ଉପରେ ଡିଜିପି କହିଲେ, ବନ୍ଧୁତା କରିବା ପରେ ପିଲାମାନେ ବହୁତ ଆଗକୁ ବଢି ଯାଉଛନ୍ତି

Published By : Prameya-News7 Bureau | October 05, 2020 IST

ଜୟପୁର ୦୫।୧୦: ରାଜସ୍ଥାନର ନବନିଯୁକ୍ତ ପୋଲିସ ମହାନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ଯାଦବ  ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଅଜବ ବୟାନ ଦେଇଛନ୍ତି। ଡିଜିପି କହିଛନ୍ତି ଆଇନ କହୁଛି ୧୮ ବର୍ଷରୁ କମ ବୟସର ପିଲା ସମ୍ବନ୍ଧ ରଖି ପାରିବେ ନାହିଁ। କାରଣ ଏହା ଅପରାଧ, ହେଲେ ପିଲାମାନେ ଉତ୍ସୁକତା ବଶତଃ ମିତ୍ରତା କରି ଆଗକୁ ବଢି ଯାଉଛନ୍ତି। ସେ କହିଛନ୍ତି ଏକ ନୂତନ ଟ୍ରେଣ୍ଡ ଦେଖିବାକୁ ମିଳିଛି ଯେ ପରସ୍ପର ଝଗଡା ପରେ ମିଥ୍ୟା ଅଭିଯୋଗ କରାଯାଉଛି। ଲୋକମାନଙ୍କୁ ବୁଝିବା ଉଚିତ୍ ଯେ ମିଥ୍ୟା କେସ୍ କାରଣରୁ ସତ ଘଟଣା ମଧ୍ୟ ପ୍ରଭାବିତ ହେଉଛି।

ଡିଜିପି କହିଛନ୍ତି ଯେ କେଉଁ ପ୍ରକାରେ ପିଲାଙ୍କୁ ଶିକ୍ଷିତ କରାଯିବ ତା ଉପରେ ଫୋକସ୍ କରାଯିବା ଉଚିତ୍। ଯୁବତୀଙ୍କ ମଧ୍ୟରେ ଆତ୍ମ ବିଶ୍ଵାସ  ଜାଗ୍ରତ କରାଯିବାର ଆବଶ୍ୟକତା ରହିଛି ଏବଂ ସେମାନଙ୍କୁ ବୁଝାଯିବା ଉଚିତ୍ ଯେ ନିଜ ସହିତ ହେଉଥିବା ଦୁର୍ଘଟଣାକୁ କେମିତି ରୋକା ଯାଇ ପାରିବ। ଜିଡିପି ଯାଦବ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଯେ, କିଛି ବର୍ଷରେ ଅପରାଧିକ ମାମଲା ଅଧିକ ବଢିବାରେ ଲାଗିଛି।

ଡିଜିପି ବେରୋଜଗାରୀ, ଯୁବକଙ୍କ ବଢୁଥିବା ଚିନ୍ତା ଓ ଇଣ୍ଟରନେଟ୍‌କୁ ହିଂସକ ଅପରାଧ ପାଇଁ ଦାୟୀ କରିଛନ୍ତି। ଇଣ୍ଟରନେଟ୍‌ର ଉପଲବ୍ଧ ହିଂସକ ଓ ଅଶ୍ଳୀଳ ସାମଗ୍ରୀରୁ ପିଲାମାନେ ବହୁତ କିଛି ପ୍ରେରଣା ନେଉଥିବା କହିଛନ୍ତି। ସେ କହିଛନ୍ତି ଆଇନ କହୁଛି ୧୮ ବର୍ଷରୁ କମ ବୟସର ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବା ଉଚିତ୍ ନୁହେଁ। କିନ୍ତୁ ପିଲାମାନେ ଉତ୍ସୁକତା ବଶତଃ ବନ୍ଧୁତା କରି ଆଗକୁ ମାଡି ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.