Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପୁତୁରାଙ୍କ ପାଇଁ ଧାରଣାରେ ବସିଲେ ବିଧାୟିକା, କହିଲେ ଛୋଟ ପିଲା ପାର୍ଟି କରନ୍ତି: କଣ ହେଲା ସେଠୁ ?

19/10/2021 at 1:28 PM

ରାଜସ୍ଥାନ ୧୯/୧୦: ରାଜସ୍ଥାନ ଯୋଧପୁରରେ ଜଣେ ମହିଳା ବିଧାୟକଙ୍କ ସମ୍ପର୍କୀୟଙ୍କ ମଦ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ କଟିଛି ଚାଲାଣ । କେବଳ ଚାଲିଣ କଟିନି ବିଧାୟିକାଙ୍କ ପୁତୁରାକୁ ଅଟକ ରଖିଛି ପୋଲିସ । ତେବେ ଏହି ମାମଲା ବିଧାୟକଙ୍କ ନିକଟରେ ପହଞ୍ଚିବା ପରେ ସେ ପୋଲିସକୁ ଫୋନ କରି ଛାଡିଦେବାକୁ କହିଥିଲେ । ହେଲେ ରାଜି ହୋଇନଥିଲା ପୋଲିସ ।

ତେବେ ଏହି କଥା ଏତିକିରେ ସରନଥିଲା । ମହିଳା ବିଧାୟିକା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ପୋଲିସ ଷ୍ଟେସନରେ ଆସି ପହଞ୍ଚିଯାଇଥିଲେ । ଆଉ ତୋଡ୍ ଦେଖାଇ କହିଥିଲେ ସମସ୍ତଙ୍କର ପିଲା ପିଅନ୍ତି । ଯଦି ସେ ଟିକିଏ ପିଇଦେଲା କଣ ହେଲା । ଏହି ପୁରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହା ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏହି ମାମଲା ଯୋଧପୁରର ରାତନଡା ପୋଲିସ ଷ୍ଟେସନର ଅଟେ ।

ଶେରଗଡରୁ କଂଗ୍ରେସ ବିଧାୟକ ମୀନା କାନୱାରଙ୍କ ସମ୍ପର୍କୀୟ ଅର୍ଥାତ୍ ପୁତୁରା ଓ ସାଙ୍ଗମାନେ ବିଳମ୍ବିତ ରାତିରେ ମଦ୍ୟପାନ କରି ଗାଡି ଚଳାଇବାରୁ ତାଙ୍କୁ ପୋଲିସ ପୋଲିସ ଷ୍ଟେସନକୁ ଆଣିଥିଲା । ଯେତେବେଳେ ମହିଳା ବିଧାୟକ ଏ ବିଷୟରେ ଜାଣିବାକୁ ପାଇଲେ, ପ୍ରଥମେ ପୋଲିସକୁ ଫୋନ କରି ଛାଡିବାକୁ କହିଥିଲେ । କିନ୍ତୁ ପୋଲିସ ମନା କରିଦେଇଥିଲା ।

ପୋଲିସ ମନା କରିବା ପରେ ବିଧାୟକ ମୀନା କାନୱାର ତାଙ୍କ ସ୍ୱାମୀଙ୍କ ସହ ସିଧା ପୋଲିସ ଷ୍ଟେସନକୁ ଯାଇ ନିଜକୁ ପରିଚିତ କରାଇଥିଲେ । ଏହା ପରେ ମଧ୍ୟ ପୋଲିସ ସମ୍ପର୍କୀୟଙ୍କୁ ଛାଡି ନଥିଲା ତେଣୁ ସେ ତଳେ ବସିଥିଲେ । ପୋଲିସ ଏହାର ସମ୍ପୂର୍ଣ୍ଣ ଭିଡିଓ କରିଥିଲା । କୁହାଯାଉଛି ଯେ ସେ ଭିଡିଓ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି ।

   Related Posts