ପଞ୍ଜାବ ପରେ ଏବେ ରାଜସ୍ଥାନ : ଅଶୋକ ଗେହେଲଟଙ୍କୁ ବିଦାକରିବ କଂଗ୍ରେସ ! ପୁଣି ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ପାଇଲଟ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : ପଞ୍ଜାବରେ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପ​‌ରେ ଏବେ ରାଜସ୍ଥାନ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଛନ୍ତି ।

ଗତ ସପ୍ତାହକ ମଧ୍ୟରେ ୩ ନେତାଙ୍କ ଏହା ଦ୍ବିତୀୟ ଥର ପାଇଁ ସାକ୍ଷାତ । ତେବେ ଶୁଣିବାକୁ ମିଳୁଛି ଯେ, ଗୁଜୁରାଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଠାରେ ସଂଗଠନକୁ ମଜବୁତ କରିବା ପାଇଁ ବଡ ଦାୟିତ୍ବ ମିଳିପାରେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ରାଜସ୍ଥାନ ଏବଂ ଛତିଶଗଡରେ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇପାରେ ଏବଂ ଗୁଜୁରାଟରେ କଂଗ୍ରେସ ମଙ୍ଗ ଧରିଥିବା ନେତାଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ଦଳ ନେତୃତ୍ବ ଭାର ଦେଇପାରେ ।

ସାଧାରଣ ନିର୍ବାଚନ ପରଠାରୁ ରାଜସ୍ଥାନରେ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ଛକାପଞ୍ଛା ଲାଗିରହିଛି । ତେଣୁ ବର୍ତ୍ତମାନ ପଞ୍ଜାବ ଭଳି ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀ ହଟାଯିବାକୁ ଯୋଜନା ଚାଲିଥିବା କୁହାଯାଉଛି । ସେଥିପାଇଁ କଂଗ୍ରେସ ନେତୃତ୍ବଙ୍କୁ ବାରମ୍ବାର ଭେଟୁଛନ୍ତି ସଚିନ ପାଇଲଟ । ଅଶୋକ ଗେହେଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଥିବାରୁ ସଚିନ ବିଜେପିରେ ଯୋଗଦେବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ଶେଷ ସମୟରେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ତାଙ୍କୁ ମନାଇବାରେ ସଫଳ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.